ଶକ୍ତିପୀଠରେ ମା'ଙ୍କ ମହାଷ୍ଟମୀ ପୂଜା, ମହିଷାମର୍ଦ୍ଦିନୀଙ୍କ ବେଶରେ ଦର୍ଶନ ଦେଉଛନ୍ତି ମା'
ଶକ୍ତିପୀଠରେ ମା'ମହାଷ୍ଟମୀ ପୂଜା,ମହିଷାମର୍ଦ୍ଦିନୀଙ୍କ ବେଶରେ ଦର୍ଶନ ଦେଉଛନ୍ତି ମା'
Navaratri 2022: ମା'ଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ଆଜି ଜଗଦ୍ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା। ପୀଠରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ପୀଠରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ।
ପୀଠରେ ଆଜି ମାଆଙ୍କ ଅଷ୍ଟମୀ ପୂଜା ।
ପୁରୀ ସ୍ଥିତ ଜହ୍ନିଖାଇ ଠାକୁରାଣୀଙ୍କ ନିକଟରେ ଆଜି ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀମନ୍ଦିର ବିମଳାଙ୍କ ରୀତିନୀତି ସହ ମା' ଜହ୍ନିଖାଇଙ୍କ ମନ୍ଦିର ଜଡିତ । ମାଆଙ୍କ ପାଖେରେ ଷୋଳଶ ଦିନାତ୍ମକ ପୂଜା କରାଯାଏ । ପ୍ରତ୍ୟକ ଦିନ ଚଣ୍ତୀପାଠ କରାଯାଇ ମାଆ ଦୁର୍ଗାଙ୍କର ଆରାଧନା କରାଯାଇଥାଏ । ଶ୍ରୀମନ୍ଦିର ଦ୍ୱାର ଫିଟାଯିବା ପରେ ମା'ଙ୍କ ଦ୍ୱାର ଖୋଲାଯାଇଥାଏ । ମଙ୍ଗଳ ଆଳତୀ, ମଇଲମ, ଅବକାଶ,ଚନ୍ଦନଲାଗି, ବାଳଭୋଗ, ଆଳତୀ, ଶୀତଳଭୋଗ, ସଂକୁଡି ଭୋଗ, କର୍ପୂର ଆଳତୀ ଓ ମହାପ୍ରସାଦ ସମର୍ପଣ ନୀତି ହୋଇଥାଏ । ମହାସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ମା'ଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ମହାଷ୍ଟମୀରେ ଜହ୍ନିଖାଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି ।

.ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ପାଖରେ ଚାଲିଛି ଷୋଡଶ ଉପଚାର ପୂଜା । ଆଜି ମାଆ ମହିଷାମର୍ଦ୍ଦିନୀଙ୍କ ବେଶରେ ଦେଉଛନ୍ତି ଦର୍ଶନ । ସକାଳ ଆଳତୀ ସରିବା ପରେ ମା'ଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେହିଭଳି ନବଦିନାତ୍ମକ ପୂଜାରେ ମାଆଙ୍କ ପାଖରେ ରାମାୟଣ ସହିତ ଚଣ୍ଡୀପାଠ କରାଯାଉଛି ।
.ସେପଟେ ମାଆ ଶାରଳାଙ୍କ ପୀଠରେ ବଢିବାରେ ଲାଗିଛି ଭକ୍ତଙ୍କ ଭିଡ଼ । ଆଜି 'ମହାଷ୍ଟମୀରେ ମାଆ ମହିଷାମର୍ଦ୍ଧିନୀ ବେଶରେ ସୁସଜ୍ଜିତ ହୋଇ ଦେଉଛନ୍ତି ଦର୍ଶନ । ଆଜି ମଧ୍ୟରାତ୍ରିରେ ମା'ଙ୍କ ନିକଟରେ ୧୦୮ ହାଣ୍ଡି ପଣା, ବଳି ପ୍ରଦାନ ସହିତ ସନ୍ଧି ପୂଜା କରାଯିବ । ଆଜି ମାଆଙ୍କ ପାଖରେ ନୂଆ ଚୁଡା ଲାଗି କରାଯିବା ସହ ଚଳିତ ବର୍ଷ ଭଲ ଫସଲ ହେବା ପାଇଁ ପାର୍ଥନା କରି ଥାନ୍ତି ଶ୍ରଦ୍ଧାଳୁ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications