ଚାଲିଛି ପ୍ରୟାସ, ରାଜ୍ୟରେ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ; ମୁଖ୍ୟମନ୍ତ୍ରୀ

ଆଜି ଓଡିଶାରେ ଲାଗୁ ହେଲା 'ଆୟୁଷ୍ମାନ ଭାରତ'। ଆଉ ଆୟୁଷ୍ମାନ କାର୍ଡର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କୁ ନିଶାନା କରି ଅନେକ କଥା କହିଥିବା ବେଳେ, "୨୪ ବର୍ଷର ସରକାରରେ ଯାହା ହୋଇପାରିନଥିଲା, ୨୪ ମିନିଟରେ ତାହା କରି ଦେଖାଇଲେ ଆମ ସରକାର"।

mohan majhi

ଏହାସହ ଆଗକରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟରେ ଅନେକ ଉନ୍ନତ୍ତିମୂଳକ କାର୍ଯ୍ୟ ହେବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଏହାସହ କସହିଛନ୍ତି- ଆଜି ଓଡ଼ିଶା ପାଇଁ ଏକ ଆନନ୍ଦର ଦିନ। ଏହି ଯୋଜନା ମଧ୍ୟମରେ ୧ କୋଟି ୩ ଲକ୍ଷ ପରିବାର ଉପକୃତ ହେବେ। ରାଜନୈତିକ କାରଣରୁ ମିଳୁନଥିଲା ସୁବିଧା। ପ୍ରବାସୀ ଓଡ଼ିଆ ବି ସୁବିଧା ପାଇପାରିବେ।

ପରିବାରର ସବୁ ସଦସ୍ୟଙ୍କ ପାଖରେ କାର୍ଡ ପହଞ୍ଚିବ। ଘର ଘର ବୁଲି କାର୍ଡ ବଣ୍ଟାଯିବ। ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଓଡ଼ିଶାର ବିକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିହେଲା। ଐତିହାସିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ଏହାକୁ ଲାଗୁ କରି ନଥିଲେ। ନୂଆ ସରକାର ଆସିବା ପରେ ଆୟୁଷ୍ମାନ ଲାଗୁ କରାଗଲା।

ଓଡ଼ିଶା ବାହାରେ ରହୁଥିବା ହିତାଧିକାରୀ ବି ଉପକୃତ ହେବେ। ସଶକ୍ତ ସମାଜ ଓ ଦେଶ ଗଠନ ପାଇଁ ସୁସ୍ଥ ନାଗରିକଙ୍କ ଆବଶ୍ୟକତା ଅଛି। ଆମ ସରକାର ଆସିବାର ୧୦ ମାସରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡିଛୁ।

ଆମ ସରକାର ୪ ହଜାରରୁ ଉର୍ଦ୍ଦ୍ୱ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଛି। ଆଗାମୀ ଦିନରେ ୫୩୭୪ ଡାକ୍ତରଙ୍କୁ ନିଯୁକ୍ତି ଦେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଉଦ୍ୟମ କରାଯିବ।

ଏବେ ୧୨ଟି ମେଡିକାଲ କଲେଜ ଅଛି, ଖୁବଶୀଘ୍ର ଆଉ ୨ଟିର ଶୁଭାରମ୍ଭ ହେବ। ଭଦ୍ରକ, ଜଗତସିଂପୁର, ନବରଙ୍ଗପୁର ଓ ଢେଙ୍କାନାଳରେ ବି ହେବ ମେଡିକାଲ କଲେଜ। ୨୪ ବର୍ଷରେ ଯେଉଁ କାମ ହୋଇ ପାରୁ ନଥିଲା, ୨୪ ମିନିଟରେ କରି ଦେଖାଇଲୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+