Get Updates
Get notified of breaking news, exclusive insights, and must-see stories!

କଟକର ଐତିହାସିକ ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ପାଇଁ ପ୍ରୟାସ

କଟକ: କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି। ଏଣିକି ବର୍ଷ ତମାମ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା ବଡ଼ ବଡ଼ ମେଳା ମହୋତ୍ସବରେ ବାଲିଯାତ୍ରାର ଝଲକ ଦେଖିବାକୁ ମିଳିବ। ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ ହେବାକୁ ଯାଉଛି।

ଐତିହାସିକ କଟକ ବାଲିଯାତ୍ରା କେମିତି ପାଳନ ହୁଏ, ଏହା ପଛରେ ରହିଥିବା ଇତିହାସ, ସଂସ୍କୃତି ସଂପର୍କରେ ବିଭିନ୍ନ ମେଳା ମହୋତ୍ସବରେ ଲୋକ ଦେଖିବାକୁ ପାଇବେ। ଚଳିତବର୍ଷ କଟକ ବାଲିଯାତ୍ରା ମହୋତ୍ସବରେ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବିଭିନ୍ନ ସୂତ୍ରରୁ ୧୧କୋଟି ଟଙ୍କା ଆୟ ହୋଇଛି।

bali yatra

ବାଲିଯାତ୍ରାର ଆୟୋଜନରେ ଖର୍ଚ୍ଚ ୧ ମାସ ମଧ୍ୟରେ ସମସ୍ତଙ୍କୁ ପ୍ରଦାନ କରାଯିବା ପରେ ବଳକା ଟଙ୍କା ଆକାଉଣ୍ଟରେ ରହିବ। କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦିଆଯିବାକୁ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ସେଥିପାଇଁ ବିଭିନ୍ନ ଜାତୀୟସ୍ତର‌ କ‌‌ାର୍ଯ୍ୟକ୍ରମରେ ଏ ନେଇ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।

କଟକ ବାଲିଯାତ୍ରାରେ ଚଳିତବର୍ଷ ପ୍ଲଟ୍‌ ନିଲାମରୁ ପାଖାପାଖି ୨କୋଟି ଟଙ୍କା, ପାର୍କିଂରୁ କୋଟିଏରୁ ଅଧିକ ଟଙ୍କା, ପୃଷ୍ଠପୋଷକରୁ ପାଖାପାଖି ୩ କୋଟି ଟଙ୍କା, ଏଭଳି ବିଭିନ୍ନ ଅନୁଦାନ ମିଶାଇ ୧୧କୋଟି ଟଙ୍କାର ସହଯୋଗ ମିଳିଛି। ଅନ୍ୟପଟେ ବାଲିଯାତ୍ରା ଆୟୋଜନରେ ଏଥିରୁ ପାଖାପାଖି ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି। ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବାକୁ ପ୍ରଶାସନିକସ୍ତରରେ କମିଟି ଗଠନ କରାଯାଇଛି।

ଚଳିତବର୍ଷ ପ୍ରଥମଥର ପାଇଁ ୧୪ଟି ଦେଶର ରାଷ୍ଟ୍ରଦୂତ ଓ ସେମାନଙ୍କ ପ୍ରତିନିଧି ବାଲିଯାତ୍ରାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ କଟକର ଐତିହାସିକ ବାଲିଯାତ୍ରା ସଂପର୍କରେ କହିଥିବା ବେଳେ ନିକଟରେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ବି ପ୍ରଧାନମନ୍ତ୍ରୀ ଯୋଗଦେଇ ବାଲିଯାତ୍ରା କଥା କହିବା ସହ ବାଲିଯାତ୍ରା ଦିବସ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ।

ଆମ ବୈଷୟିକ କୌଶଳ ସେଭଳି ଉନ୍ନତ ନଥିବା ସମୟରେ ଦୁଃସାହିକ ସମୁଦ୍ର ଯାତ୍ରା କରି ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆ, ଜାଭା, ସୁମାତ୍ରାକୁ ଯାଇ ନୌବାଣିଜ୍ୟ ସଂପର୍କ ରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ମହାନଦୀ ତଟରେ ଆୟୋଜନ ହେଉଥିବା ବାଲିଯାତ୍ରା ସଂପର୍କରେ ବର୍ଣ୍ଣନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+