ଆବଶ୍ୟକ ପଡିଲେ ରାଜ୍ୟରେ ବଢିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:ଏଣିକି ଆବଶ୍ୟକ ପଡିଲେ ରାଜ୍ୟରେ ବଢାଯାଇ ପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତେବେ ଆସନ୍ତା ସୋମବାର ଦିନ ଏନେଇ ବିଭାଗୀୟ ବୈଠକ ବସିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସୂଚନା ଅନୁସାରେ, ଆବଶ୍ୟକ ପଡିଲେ ରାଜ୍ୟରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ସଂଖ୍ୟା ବଢାଯିବ । ଛାତ୍ରଛାତ୍ରୀଙ୍କର ସମସ୍ତ ପ୍ରକାରର ସୁବିଧା ପାଇଁ ବ୍ୟବସ୍ଥା କରାଯିବ । ଯୁକ୍ତ ୨ ପ୍ରଥମ ବର୍ଷ ସିଟ୍ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ ।

odisha

ସୂଚନାଥାଉ ଯେ, ଚଳିତ ବର୍ଷ ୫ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାସ୍ କରିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର ସିଟ୍ ସଂଖ୍ୟା ରହିଛି ୫ ଲକ୍ଷ ୯ ହଜାର । ସେହିପରି ଆସନ୍ତା ବର୍ଷ ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ୍ ପରୀକ୍ଷା । ସମେଟିଭ୍ ପାଟର୍ଣ୍ଣରେ ହେବ ପରିବର୍ତ୍ତନ । କୋଭିଡ୍ ପୂର୍ବରୁ ଯେଉଁ ପରି ଭାବେ ପରୀକ୍ଷା ହେଉଥିଲା ସେହିପରି ଭାବେ ହେବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+