ସ୍କୁଲ ଖୋଲିବାକୁ ନେଇ ବଡ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
ଏଣିକି ସ୍ବାଭାବିକ ଭାବେ ଖୋଲିବ ସ୍କୁଲ। ରାଜ୍ୟରେ ପାଗ ବଦଳିଥିବାରୁ ତଥା ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସୋମବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ହେବ ସ୍କୁଲ । ପୂର୍ବ ଭଳି ସକାଳ ୧୦ଟାରୁ ସ୍କୁଲ ଖୋଲାଯିବ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାଣିପାଗ ବଦଳିଛି । ମୌସୁମୀ ବର୍ଷା ସ୍ବାଭାବିକ ହୋଇଥିବାରୁ ସ୍କୁଲ ସ୍ବାଭାବିକ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ଆସନ୍ତାକାଲି ଅର୍ଥାତ ଜୁନ ୨୪ ସୋମବାର ଠାରୁ ସାରା ରାଜ୍ୟରେ ଦିନ ୧୦ଟା ରୁ ଖୋଲିବ ସ୍କୁଲ । ଆଉ ସକାଳୁଆ ସ୍କୁଲ କିମ୍ବା ଛୁଟି ବୃଦ୍ଧି ପାଇବ ନାହିଁ ।
ସୂଚନାଯୋଗ୍ୟ, ପୂର୍ବରୁ ଭୀଷଣ ଖରା ଏବଂ ପ୍ରବଳ ଗୁଳୁଗୁଳି ପାଇଁ ରାଜ୍ୟ ସରକାର ଛୁଟି ବଢାଇଥିଲେ। କିଛି ଜିଲାରେ ସକାଳୁଆ ସ୍କୁଲ ଓ ଆଉ କିଛି ଜିଲାରେ ଛୁଟିକୁ ବଢାଇଥିଲେ ଜିଲାପାଳ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ସ୍କୁଲ ଖୋଲିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇଥିଲେ।












Click it and Unblock the Notifications