ଶିକ୍ଷା ବିଭାଗର କଡ଼ା ଆକ୍ସନ: ୨ ପ୍ରିନ୍ସିପାଲ ଓ ୫ ଶିକ୍ଷକ ନିଲମ୍ବିତ

ବରଗଡ଼ ଜିଲ୍ଲା ପଦ୍ମପୁର ବାନ୍ଦୁପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ମାଲ୍ ପ୍ରାକ୍ଟିସ ଘଟଣାରେ ହୋଇଛି ବଡ଼ ଆକ୍ସନ। ଏହି ଘଟଣାରେ ୪ଟି ଓଡିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ପ୍ରିନ୍ସିପାଲଙ୍କ ସହ ୫ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର।

Education Department

ଗତ ୧୩ ତାରିଖରେ ସିବିଏସଏଇ ଶିକ୍ଷର୍ଥୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ ବରଗଡ଼ ଜିଲ୍ଲାର ୬ଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା। ଯାହାକୁ ନେଇ ବରଗଡ ଜିଲ୍ଲାର ଉକ୍ତ ସ୍କୁଲଗୁଡିକର ଛାତ୍ରଛାତ୍ରୀ ଓ ଅବିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ। ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ପରୀକ୍ଷା ପରିଚାଳନା ସମୟରେ ଅନୈତିକ ନୀତି ଅବଲମ୍ବନ କରିଥିବା ରିପୋର୍ଟ ସାମ୍ନାକୁ ଆସିଥିଲା।

ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୬ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ତେବେ ମେ ୨୭ ତାରିଖରେ ଏହି ୬ଟି ସ୍କୁଲର ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସିବିଏସଇ ଏହି ଘଟଣାର ତଦନ୍ତ ପାଇଁ ଏକ ସବ୍ କମିଟି ଗଠନ କରିଥିଲା। କମିଟି ସମସ୍ତ ପ୍ରମାଣ, ଉତ୍ତର ପୁସ୍ତକ, ବିଭିନ୍ନ ରିପୋର୍ଟ, ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରିବା ପରେ ବରଗଡ଼ ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ରରେ ଅସାଧୁ ଉପାୟରେ ପରୀକ୍ଷା ପରିଚାଳନା ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲା। ଏହି ରିପୋର୍ଟ ପରେ ରାଜ୍ୟ ସରକାର କଡା ଆକ୍ସନ ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+