ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କଲା ଇଡି, ଧରାପଡ଼ିବ କିଏ ଦେଇଥିଲା କେତେ ଟଙ୍କା ?

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କଲା ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ ତଦନ୍ତ ପରିସରଭୁକ୍ତ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କଲା ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ ତଦନ୍ତ ପରିସରଭୁକ୍ତ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ସହଯୋଗୀ ଖଗେଶ୍ୱର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ତେବେ ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ନୋଟିସ୍ କରିବ ଇଡି ।

Archana Nag

କମିଶନରେଟ ପୋଲିସ ଠାରୁ ନେଇଥିବା ୨ ଏତଲା ନେଇ ତଦନ୍ତ ଆରମ୍ଭ କରାଯାଇଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି । ଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ ।

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍‌ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତ ଯୁବତୀ ଦାଖଲ କରିଥିବା ଏଫ୍‌ଆଇଆର୍ ମଧ୍ୟ ଇଡି ନିକଟରେ ଦାଖଲ କରିଥିଲା ପୋଲିସ ।

କହି ରଖୁ କି, ଅର୍ଚ୍ଚନା ନାଗ ମାମଲାରେ ରହିଛି ହାଇପ୍ରୋଫାଇଲ ଲିଙ୍କ୍ । ରାଜ୍ୟ ତଥା ରାଜ୍ୟ ବାହାର ଯୁବତୀ ଆଣି ଅର୍ଚ୍ଚନା ଚଳାଇଥିଲା ହନୀଟ୍ରାପ । ୨୦୧୮ରୁ ଅର୍ଚ୍ଚନା ଚଳାଇଥିଲା ସେକ୍ସ ରାକେଟ । ପ୍ରାୟ ୨୦ ଜଣ ଯୁବତୀଙ୍କୁ ମଧ୍ୟ ଏହି କାମରେ ଲଗାଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+