ED Raid: ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି, ଚାଲିଛି ରେଡ୍
ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ପଶିଲା ଇଡି। ଢେଙ୍କାନାଳ ଘର ଓ ଫାର୍ମହାଉସ, ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥା, ଭୁବନେଶ୍ବରର ୩ଟି ସ୍ଥାନରେ ଇଡି ରେଡ କରୁଛି।

ଖବର ଅନୁଯାୟୀ, ବେଆଇନ ଆର୍ଥିକ କାରବାର ନେଇ ଇଡି ପକ୍ଷରୁ ବୁଧବାର ଦିନ ଖଣି ବ୍ୟବସାୟୀ ରତ୍ନାକର ନାୟକଙ୍କ ଘରେ ରେଡ୍ ପକ୍ଷରୁ ଚଢାଉ ହୋଇଛି। ଏକାକାଳୀନ ୧୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ଚଢାଉ । ତେବେ ଏହି ଚଢ଼ାଉ ବେଳେ ଟଙ୍କା କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି ।












Click it and Unblock the Notifications