Get Updates
Get notified of breaking news, exclusive insights, and must-see stories!

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍; ୧୦ ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକ ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ବରପଦା ଇଞ୍ଜିନିୟରିଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ ।

ସକାଳ ସମୟରୁ ବର୍ତ୍ତମାନ ସୁଦ୍ଧା ବିଧାୟକଙ୍କ ସମ୍ପର୍କୀତ ୧୦ଟି ସ୍ଥାନରେ ତନାଘନା ରେଡ୍ ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ରେଡ୍‌ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ରେଡ୍‌ ଚାଲିଛି । ବରପଦା ଇଞ୍ଜିନିୟରିଂ କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍‌ ହୋଇଛି ।

ED raid at odisha

ସୂଚନା ଅନୁସାରେ ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଏକ ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିଲା, ଯାହାକୁ ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲେ ବି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ଏହି ମାମଲା କ୍ରମେ ଇଡି ହାତକୁ ଆସିଥିଲା । ଏହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+