ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନ

ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ । ସେ ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ ।

ଏହାଛଡ଼ା ଆସନ୍ତା ୨୮ ତାରିଖରେ ପୁରୀ ଯାଇ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଇଡିର ନିର୍ଦ୍ଦେଶକ ଏହାପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଜଣାଯାଇଛି ।

ED Director Rahul Naveen

କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ ଗସ୍ତରେ ଯିବେ ।

ସେଠାରେ ରାତ୍ରିଯାପନ କରିବା ସହ ବୁଧବାର ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କଟକ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି । ପରେ ସେ ଭୁବନେଶ୍ୱରରେ ଥିବା ଇଡି ଅଫିସକୁ ଆସି ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ। ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଆଲୋଚନା କରିପାରନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳ ନିର୍ଦ୍ଦେଶକଙ୍କ ଓଡ଼ିଶା ଗ୍ରସ୍ତରେ ଆସୁଥିବାରୁ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ଦେଖିଦେଇଛି। ଆଜି ଜନ୍ମାଷ୍ଟାମୀରେ ଅଫିସ ଛୁଟି ଥିବା ସତ୍ତ୍ୱେ କିଛି ଅଧିକାରୀ ଅଫିସ ଆସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+