CBI ପଞ୍ଝାରେ ED ଡେପୁଟି ଡାଇରେକ୍ଟର,୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ପଡିଲେ ଧରା
୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗୁରୁବାର CBI ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦୧୩ ବ୍ୟାଚର ଆଇଆରଏସ୍ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର ଧମକ ଦେଇ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ଏନେଇ ବ୍ୟବସାୟୀ ଜଣକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI)ର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଶହୀଦନଗର ଅଞ୍ଚଳରେ ଅଭିଯୋଗକାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସିବିଆଇ ଅଧିକାରୀ ରଘୁବଂଶୀଙ୍କୁ ଧରିବାରେ ସଫଳ ହୋଇଥିଲେ।

ସୂଚନା ଅନୁସାରେ ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଅବଗତ କରିଥିଲେ।
ସିବିଆଇ ସୂଚନା ଆଧାରରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଆଜି ୨୦ ଲକ୍ଷ ଟଙ୍କା ନେଉଥିବା ବେଳେ ଅତର୍କିତ ଚଢ଼ାଉ କରି ଧରିଛି। ଘଟଣାସ୍ଥଳରୁ ସିବିଆଇର ବରିଷ୍ଠ ଅଧିକାରୀମାନେ ରଙ୍ଗବୋଳା ୨୦ ଲକ୍ଷ ଟଙ୍କା ଜବତ କରିଥିଲେ। ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ପଚରାଉଚୁରା କରୁଛି।












Click it and Unblock the Notifications