ପ୍ରଭାତ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି
ED Attached Prabhat Biswal'Assets:ପ୍ରଭାତ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି
ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସଂପତ୍ତି ଆଟାଚ୍ । ମନି ଲଣ୍ଡ୍ରିଂ ଆକ୍ଟରେ ଇଡିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜାଲ କମ୍ପାନୀ ଯୋଗେ ଅର୍ଥ ହେରଫେର ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେଇଯାଇଛି । ଆଜି ପ୍ରଭାତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଭାତଙ୍କର ଓ ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଆଟାଚ୍ ହେବା ସହ ପ୍ରଭାତରଂଜନ ବିଶ୍ବାଳଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ମଧ୍ୟ ଆଟା୍ଚ୍ ହୋଇଛି ।













Click it and Unblock the Notifications