ବିଦ୍ୟୁ୍ତ୍ କର୍ମଚାରୀଙ୍କ ଗାଡ଼ିକୁ ଧକ୍କା ଦେଲା ହାଇୱା, ୩ ମୃତ
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଦ୍ୟୁତ୍ କର୍ମଚାରୀଙ୍କ ଗାଡ଼ିକୁ ଏକ ହାଇୱା ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବିଦ୍ୟୁତ କର୍ମଚାରୀଙ୍କ ଗାଡି ବୋଲେରୋ ଓ ସାମ୍ନାପଟୁ ଆସୁଥିବା ଏକ ହାଇୱା ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବୋଲେରୋରେ ଥିବା ୩ ବିଦ୍ୟୁତ୍ କର୍ମଚାରୀ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ସୋନପୁର ପଟୁ ଆସୁଥିବା ଏକ ହାଇୱା ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ହାଇୱାଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ମୃତକମାନେ ଟାଟା ପାୱାରର କର୍ମଚାରୀ ବୋଲି ଜଣାପଡିଛି।












Click it and Unblock the Notifications