ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୋନପୁର-ବୌଦ୍ଧ ରେଳ ସେକ୍ସନ ନୀରିକ୍ଷଣ

ପୂର୍ବତଟ ରେଳପଥ (ଇକୋଆର) ର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଇତିମଧ୍ୟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ବୌଦ୍ଧ ମଧ୍ୟରେ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ନିର୍ମାଣାଧୀନ ରେଳ ଲାଇନ ସେକ୍ସନକୁ ନିରୀକ୍ଷଣ କରିଛନ୍ତି । ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀ ମାନଙ୍କ ସହିତ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ନିରୀକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ | ଜନକୈନ୍ଦ୍ରିକ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ଉଭୟ ପଶ୍ଚିମ ଓ ଉପକୂଳ ଓଡିଶାକୁ ସଂଯୋଗ କରିବା ସହିତ ଦୁର୍ଗମ ଅଞ୍ଚଳ ଜିଲ୍ଲା ମାନଙ୍କୁ ମଧ୍ୟ ସେବା ଯୋଗାଇବ ଯାହାର ନିର୍ମାଣ କାର୍ଯ୍ୟ ନିଜେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କର ତୀକ୍ଷ୍ଣ ନଜରରେ ରଖାଯାଇଥିବା ପ୍ରକଳ୍ପ ଗୁଡିକର ଏକ ଅଂଶ |

railway

ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟ ସମ୍ପାଦନ ହୋଇସାରିଛି ଏବଂ ଏହା ରେଳ ସେବା ଦ୍ୱାରା ଯାତ୍ରୀ ମାନଙ୍କୁ ସୁବିଧା ପ୍ରଦାନ କରାଯାଇଅଛି ।ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରରୁ ଏହି ଲାଇନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରଖିଛି । ଖୋର୍ଦ୍ଧା ରୋଡ଼ ରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବାଲାଙ୍ଗୀରରୁ ସୋନେପୁର ପର୍ଯ୍ୟନ୍ତ 47 କିମି କାର୍ଯ୍ୟ ସମାପ୍ତ ହୋଇସାରିଛି । ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 73 କିମି ଦୈର୍ଘ୍ୟ ନୂତନ ରେଳପଥର କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଥିବାବେଳେ ଆସନ୍ତା ଦୁଇମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ରଖାଯାଇଅଛି । ଅବଶିଷ୍ଟ ରେଳପଥ ନିର୍ମାଣ କାର୍ଯ୍ୟ ଅର୍ଥାତ୍ ଦଶପଲ୍ଲା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ 75 କିଲୋମିଟରର ନିର୍ମାଣ କାର୍ଯ୍ୟ ଡିସେମ୍ବର 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+