କରୋନା ପାଇଁ ବାତିଲ ହେଲା ଏକ୍ସପ୍ରେସ ଟ୍ରେନ
ବଢୁଥିବା କରୋନା ସଂକ୍ରମଣ ପାଇଁ ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ କରାଯାଇଛି ।
ଭୁବନେଶ୍ୱର: ବଢୁଥିବା କରୋନା ସଂକ୍ରମଣ ପାଇଁ ତିନି ଯୋଡ଼ା ସାମୟିକ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବାତିଲ କରାଯାଇଛି । ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଟ୍ରେନ୍ ଅପସାରିତ ହେବ । ଆସନ୍ତା ୧୫ତାରିଖରୁ ବିଶେଷ ଏକ୍ସପ୍ରେସ ଟ୍ରେନ୍ ଅପସାରଣ କରାଯାଇ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରିବ । ପରିସ୍ଥିତିର ସମୀକ୍ଷା କରିବା ପରେ ଅସ୍ଥାୟୀ ଏକ୍ସପ୍ରେସ ଟ୍ରେନ୍ ବଦଳାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

08504/08503 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ 15 ଜୁଲାଇ 2022 ଠାରୁ ବିଶାଖାପାଟନମ୍ରୁ ଏବଂ 16 ଜୁଲାଇ 2022 ଠାରୁ ରାୟଗଡାରୁ ଚଳାଚଳ କରିବ । ଏହା ବର୍ତ୍ତମାନ ଚଳାଚଳ କରୁଥିବା 18528/18527 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସାମୟିକ ଏକ୍ସପ୍ରେସ୍ ଟ୍ରେନ ବଦଳରେ ଚଳାଚଳ କରିବ ଯାହାର ଅବଧି 14 ଜୁଲାଇ, 2022 ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 15 ଜୁଲାଇ 2022 ପର୍ଯ୍ୟନ୍ତ ରାୟଗଡା ଠାରୁ ସମାପ୍ତ ହେବାକୁ ଯାଉଛି ଚାଲିବ ।
ସେହିପରି ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ 15 ଜୁଲାଇଏବଂ ପଲାସା ଠାରୁ 16 ଜୁଲାଇରୁ ଚଳାଚଳ କରିବ । ଏହାଛଡ଼ା ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ ବିଶାଖାପାଟନମ୍ରୁ 15 ଜୁଲାଇ ଏବଂ କିରାଣ୍ଡୁଲରୁ 16 ଜୁଲାଇରୁ ଚଳାଚଳ କରିବ ।












Click it and Unblock the Notifications