କୋଭିଡ ସତ୍ତ୍ୱେ ଜାରି ରହିଛି ରାଜ୍ୟର ଅବିବୃଦ୍ଧି ହାର
କୋଭିଡ ସତ୍ତ୍ୱେ ଜାରି ରହିଛି ରାଜ୍ୟର ଅବିବୃଦ୍ଧି ହାର । ଜାତୀୟ ହାର ତୁଳନା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ବୃଦ୍ଧିପାଇବା ସହ ଅଧିକ ରହିଛି । ରାଜ୍ୟର ଜିଡିପି ଓ ଋଣ ବୋଝ ଅନୁପାତ କ୍ରମାଗତ ହ୍ରାସ ପାଇ ୧୪.୭%ରେ ପହଁଚିଛି ।

ଭୁବନେଶ୍ୱର:କୋଭିଡ ସତ୍ତ୍ୱେ ଜାରି ରହିଛି ରାଜ୍ୟର ଅବିବୃଦ୍ଧି ହାର । ଜାତୀୟ ହାର ତୁଳନା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ବୃଦ୍ଧିପାଇବା ସହ ଅଧିକ ରହିଛି । ରାଜ୍ୟର ଜିଡିପି ଓ ଋଣ ବୋଝ ଅନୁପାତ କ୍ରମାଗତ ହ୍ରାସ ପାଇ ୧୪.୭%ରେ ପହଁଚିଛି । ମହାମାରୀ କରୋନା ସତ୍ତ୍ୱେ ଓଡ଼ିଶାର ଅଭିବୃଦ୍ଧି ହାର ୨୦୨୨-୨୩ରେ ୭.୮ ପ୍ରତିଶତ ରହିବ । ସେହିପରି ୨୦୨୩-୨୪ରେ ଏହି ଅଭିବୃଦ୍ଧି ହାର ୮ରୁ ୮.୫ପ୍ରତିଶତ ଛୁଇଁପାରେ ବୋଲି ସରକାର ଆକଳନ କରିଛନ୍ତି ।
ୟୁକ୍ରେନ୍ ଯୁଦ୍ଧ ଏବଂ କରୋନା ମହାମାରି ପାଇଁ ବର୍ତ୍ତମାନ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ରହିଥିବା ସତ୍ୱେ ରାଜସ୍ୱ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଛି । ଆଜି ଅର୍ଥମନ୍ତ୍ରୀ ନିରଞ୍ଜମ ପୂଜାରୀ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୨-୨୩କୁ ଉପସ୍ଥାପନ କରିଛନ୍ତି । ରାଜ୍ୟର ମୁଣ୍ତ ପିଛା ଆୟ ୨୦୨୨-୨୩ ଅର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ୬୭୬ଟଙ୍କା ରହିଛି । ୨୦୨୧-୧୨ମସିହା ତୁଳନାରେ ରାଜ୍ୟର ମୁଣ୍ତପିଛା ଆୟ ୩ ଗୁଣ ଅଧିକ ରହିଛି । ଏହି ଅବଧି ମଧ୍ୟରେ ଭାରତର ମୁଣ୍ତପିଛା ଆୟ ୨.୭ଗୁଣି ବଦ୍ଧି ପାଇଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ
ଦର୍ଶାଯାଇଛି । ୨୦୨୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ତପିଛା ଆୟ ୧୦.୯ ପ୍ରତିଶତ ବଢିଛି । କୃଷି କ୍ଷେତ୍ରରେ ବ୍ୟାପକ ଭତ୍ତିଭୂମି ଓ ବିପଣନ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି । ସେହିପରି ରାଜ୍ୟରେ ମହିଳାମାନଙ୍କୁ ଆତ୍ମନିଯୁକ୍ତିରେ ଜାତୀୟ ହାରଠାରୁ ଅଧିକ ରହିଛି ।












Click it and Unblock the Notifications