କୋଣାର୍କରେ ଡିସେମ୍ବର ୧ ଆରମ୍ଭ ହେବା ପାଇଁ ଯାଉଛି ଇକୋ ରିଟ୍ରିଟ୍
କୋଣାର୍କରେ ଡିସେମ୍ବର ୧ ଆରମ୍ଭ ହେବା ପାଇଁ ଯାଉଛି ଇକୋ ରିଟ୍ରିଟ୍
କୋଣାର୍କ: ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବା ପାଇଁ ଯାଉଛି ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ । ଡିସେମ୍ବର ୧ ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଇଭେଣ୍ଟରେ ୭୦ଟି ଟେଣ୍ଟର ବ୍ୟବସ୍ତା କରାଯିବ । ଲଗଜରି ହୋଟେଲ ଭଳି ସୁବିଧା ରହିବ । ଇକୋ ରିଟ୍ରିଟ୍ ସମୟରେ ଜଳକ୍ରୀଡ଼ା, ବିଚ ସ୍ପୋର୍ଟସ ଓ ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ କରାଯିବ । ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟଓ୍ୱାର୍କ ସହ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ, ସୁରକ୍ଷା ବ୍ୟବସ୍ଥା ଓ ୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଚଳିତବର୍ଷ ଇକୋ ରିଟ୍ରିଟ୍କୁ ଅଧିକ ଆକର୍ଷଣୀୟ ଓ ମନୋରଜ୍ଞ କରିବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୈଠକ । ବୈଠକରେ ଚଳିତ ବର୍ଷ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟଟକଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ । ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଚଳିତ ବର୍ଷ ଇକୋ ରିଟ୍ରିଟ୍ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।












Click it and Unblock the Notifications