କଟକ SCBରେ ମିଳିବ ମାଗଣା ଏକମୋ ଚିକିତ୍ସା, ୨୭ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟର ଗରିବ ଏବଂ ରାସନ କାର୍ଡଧାରୀ ମାନେ ଏଣିକି ଏକମୋ ଚିକିତ୍ସା ପାଇବେ । ଏଣିକି କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତା ୨୭ ତାରିଖରେ ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଟକ: ରାଜ୍ୟର ଗରିବ ଏବଂ ରାସନ କାର୍ଡଧାରୀ ମାନେ ଏଣିକି ଏକମୋ ଚିକିତ୍ସା ପାଇବେ । ଏଣିକି କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତା ୨୭ ତାରିଖରେ ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଏଥିଲାଗି ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ପୂର୍ବରୁ ଏକମୋ ଚିକିତ୍ସା ଲାଗି ଲୋକମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ହେଲେ ଏବେ ଆଉ ଲୋକମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।
ସେହିପରି ଭୁବନେଶ୍ବର ଏମ୍ସରେ ମଧ୍ୟ ମିଳୁଛି ମାଗଣା ଏକମୋ ଚିକିତ୍ସା । ଏମ୍ସରେ ଏବେ କୋବିଡ ରୋଗୀଙ୍କ ପାଇଁ ଗୋଟିଏ ଏକମୋ ମେଶିନ ଅବସ୍ଥାପିତ ଅଛି। ଗୁରୁତର ରୋଗୀଙ୍କ ପାଇଁ ଆଉ ଏକ ଏକମୋ ମେଶିନ ଅବସ୍ଥାପିତ କରାଯିବ।












Click it and Unblock the Notifications