SCBରେ ଇକମୋ ଚିକିତ୍ସା ଆରମ୍ଭ: ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲେ ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକ
ଏସସିବି ଆରମ୍ଭ ହୋଇଛି ଇକମୋ ଚିକିତ୍ସା । କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଅନ୍ନପୂର୍ଣ୍ଣା ନାୟକଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଇକମୋ ୟୁନିଟକୁ ନିଆଯାଇ ଚିକିତ୍ସା କରାଯାଉଛି ।
କଟକ: କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଅନ୍ନପୂର୍ଣ୍ଣା ନାୟକଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଇକମୋ ୟୁନିଟକୁ ନିଆଯାଇ ଚିକିତ୍ସା କରାଯାଉଛି ।

ଏଥିରେ କୋଲକାତାରୁ ଡ଼ାକ୍ତର ଦୀପାରଂଜନଙ୍କ ନେତୃତ୍ୱରେ ଆସିଥିବା ୩ଜଣ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ତାଲିମ ନେଇଥିବା ଏସସିବିର ୫ଜଣ ଡ଼କ୍ତରଙ୍କ ସମେତ ୧୯ଜଣ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ଗୁରୁତର ରୋଗୀଙ୍କୁ ଏହି ବ୍ୟୟବହୁଳ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗୁରୁବାର ଦିନ ଏସସିବିରେ ୯ଟି ଇକମୋ ମେସିନର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ମନରେ ଆଶା ସଂଚାର ହୋଇଛି ।












Click it and Unblock the Notifications