ଆଉ ବାହାରକୁ ନୁହେଁ ଏଣିକି ଓଡ଼ିଶାରେ : ଅଗଷ୍ଟ 15ରୁ ଆରମ୍ଭ ହେବ ଇକମୋ ସେବା
ଆସନ୍ତା ଅଗଷ୍ଟ 15ରୁ ରାଜ୍ୟରେ ଆରମ୍ଭ ହେବ ଇକମୋ ସେବା । କଟକ ଏସସିବି ମେଡିକାଲ୍ ରେ ଏହି ସେବା ଆରମ୍ଭ ହେବାକୁ ଯାଉଛି ।
ଭୁବନେଶ୍ୱର : ବହୁ ପ୍ରତୀକ୍ଷାରେ ଅନ୍ତ ହେବାକୁ ଯାଉଛି । ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଥିବା ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଅଗଷ୍ଟ 15ରୁ ରାଜ୍ୟରେ ଆରମ୍ଭ ହେବ ଇକମୋ ସେବା । କଟକ ଏସସିବି ମେଡିକାଲ୍ ରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଏସସିବିରେ ସମୁଦାୟ 9ଟି ମେସିନ୍ ରଖାଯାଇଛି । ଏଥିରୁ 6ଟି ମେସିନ କୋଭିଡରୁ ସୁସ୍ଥ ହେଉଥିବା ରୋଗୀଙ୍କ ପାଇଁ ରହିଥିବା ବେଳେ ସଂକ୍ରମିତଙ୍କ ଲାଗି ତିନୋଟି ମେସିନ୍ ବ୍ୟବହାର କରାଯିବ । ଅସ୍ଥିଶଲ୍ୟ ( କାର୍ଡିଓଲୋଜି ) ତଳ ମହାଲାରେ ତିନୋଟି ଓ ଉପର ମହଲାରେ ଛଅଟି ମେସିନ୍ ସ୍ଥାପନ କରାଯାଇଛି ।
ଅପରପକ୍ଷରେ ଉକ୍ତ ମେସିନର ତାଲିମ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ଦୁଇ ଜଣ ଡାକ୍ତର, 4 ଜଣ ନର୍ସ ଓ 3 ଜଣ ରକ୍ତ ସଂଚାଳକ ଏକମୋ ଚିକିତ୍ସା ତାଲିମ ନେଇ କୋଲକାତାରୁ ଫେରିଛନ୍ତି । ଏମାନେ ତାଲିମ ନେଇ ଫେରିବା ପରେ ଏସ୍ସିବିରେ ଏକମୋ ଚିକିତ୍ସାର ଡେମୋ ଦେଖାଇଛନ୍ତି । ଏହି ସେବାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।












Click it and Unblock the Notifications