୨୦୨୪ ଲୋକସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଜାରି କଲା ଇସିଆଇ

ନୂଆଦିଲ୍ଲୀ : ୨୦୨୪ ରେ ଦେଶରେ ଲୋକସଭା ନିର୍ବାଚନ ଓ ୪ ରାଜ୍ୟର ନିର୍ବାଚନ ସଫଳତାର ସହ କରାଯାଇଛି। ଏହି ସମୟରେ ଲୋକମାନେ ଖୁବ୍ ଉତ୍ସାହର ସହ ଭୋଟ ଦେଇଥିଲେ। ଏହା ସହ ସୃଷ୍ଟି ହୋଇଛି ରେକର୍ଡ। ଏହି ତଥ୍ୟ ମାଧ୍ୟମରେ କୁହାଯାଇଛି ଯେ ୨ମାସ ମଧ୍ୟରେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ନିର୍ବାଚନ କିପରି କରାଯାଇଥିଲା। ଏହି ପରିସଂଖ୍ୟାନରେ ଦେଶର ମୋଟ ଭୋଟରଙ୍କ ଠାରୁ ଭୋଟ ପ୍ରତିଶତ ଏବଂ ମୋଟ ମତଦାନ କେନ୍ଦ୍ରରୁ ନାମାଙ୍କନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଶେୟାର କରାଯାଇଛି।

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ୨୦୨୪ ଲୋକ ସଭା ନିର୍ବାଚନରେ ମୋଟ ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭ ପଞ୍ଜିକୃତ ଭୋଟର ଥିଲେ। ୨୦୧୯ ରେ ୯୧କୋଟି, ୧୯ଲକ୍ଷ ୫୦ ହଜାର ୭୩୪ ଭୋଟର ଥିଲେ। ଏହାର ଅର୍ଥ ହେଉଛି ୨୦୧୯ତୁଳନାରେ ୨୦୨୪ରେ ୭.୪୩ ପ୍ରତିଶତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି।

୨୦୨୪ ଲୋକସଭା ନିର୍ବାଚନରେ ୬୪.୬୪ କୋଟି ଭୋଟ୍ ପଡ଼ିଥିଲା ଏବଂ ମହିଳା ଭୋଟ ସଂଖ୍ୟା ପୁରୁଷଙ୍କ ଠାରୁ ୬୫.୭୮ ପ୍ରତିଶତ ଅଧିକ ଥିଲା। ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ୪୨ଟି ପରିସଂଖ୍ୟାନ ରିପୋର୍ଟର ଏକ ବିସ୍ତୃତ ସେଟରେ ଏହି ତଥ୍ୟ ଦିଆଯାଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ୧୪ଟି ପରିସଂଖ୍ୟାନ ରିପୋର୍ଟ ପ୍ରକାଶ ପାଇଛି।

ECI

ଲୋକସଭା ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ପଞ୍ଜୀକୃତ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟାରେ ୨୩.୫ ପ୍ରତିଶତ ବୃଦ୍ଧି ଘଟିଛି। ଟ୍ରାନ୍ସଜେଣ୍ଡର ଭୋଟରଙ୍କ ସଂଖ୍ୟା ୨୦୧୯ରେ ୧୪.୬୪ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୨୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ ସାଧାରଣ ନିର୍ବାଚନରେ ୫୪୦ଟି କେନ୍ଦ୍ରରେ ପୁନଃ ମତଦାନ ହୋଇଥିବା ବେଳେ ୨୦୨୪ରେ ୪୦ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+