ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ, ଜାଣନ୍ତୁ କଣ ରହିଛି କାରଣ

ଭୁବନେଶ୍ୱର : ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି । ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି । ବିଜେଡିକୁ ଫାଇଦା ପହଞ୍ଚିଇବାକୁ ସରକାରୀ କଳର ଅପବ୍ୟବହାର କରାଯାଉଥିବା ବିଜେପି କହିଛି ।

ବିଜେପି ଆହୁରି ଅଭିଯୋଗ କରିଛି ଯେ, ସୁଜାତା ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ସିଷ୍ଟମେଟିକ୍ ଭୋଟରସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍‌- ଝଠଋଋଚ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ପହଁଚାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସ୍ୱାମୀ ତଥା ବିଜେଡି ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପ୍ରଭାବରେ ସେ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଛି ।

Sujata Pandian

ଏପରିକି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳକୁ ଭୋଟ୍ ଦେବାକୁ ମିଶନ ଶକ୍ତି ବିଭାଗକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ବିଜେପି ନିର୍ବାଚନ କମିଶନଙ୍କୁ ଅବଗତ କରିଛି । ଏଥିସହ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଏସଏଚଜି ମହିଳାଙ୍କୁ ଧମକା ଯାଉଥିବା ଅଭିଯୋଗ କରିଥିଲା ବିଜେପି ।

ଆଉ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ତୁରନ୍ତ ଅଣ-ପବ୍ଲିକ ଡିଲିଂ ଭୂମିକାରେ ନିଯୁକ୍ତ କରିଛନ୍ତି । ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ପ୍ରକାଶ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+