ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବନ କଲେ ECI

ଭୁବନେଶ୍ୱର: ନିର୍ବାଚନ ଆୟୋଗ ଭାରତୀୟ ପୁଲିସ ସେବାରେ କାର୍ଯ୍ୟରତ ଅଧିକାରୀ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବନ କରିଛନ୍ତି । ଏ ନେଇ ନିର୍ବାଚନ ଆୟୋଗ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ଆଇପିଏସ ଡିଏସ୍ କୁଟ୍ଟେ ।

ତାଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ସସପେଣ୍ଡ କରାଯାଇଛି । ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି କାର୍ଯ୍ୟ କରିବେ । କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର ।

IPS DS Kutey

ଭାରତୀୟ ନିର୍ବାଚନ କମିସନ ବରିଷ୍ଠ ଆଇପିଏସ୍ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆୟୋଗ ଏନେଇ ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମେ' ୩୦ ତାରିଖ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଞ୍ଚ ରିପୋର୍ଟ ମେ' ୩୧ ତାରିଖ ସୁଦ୍ଧା ଇସିଆଇଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ମେ' ୪ ତାରିଖରୁ ଆଶିଷ ସିଂହ ମେଡିକାଲ ଲିଭ୍‌ରେ ଅଛନ୍ତି । ବିଜେପି ନିକଟରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ଯେ କୁଟ୍ଟେ ବିଜେଡି ପାଇଁ କାମ କରୁଛନ୍ତି । ତାଙ୍କ ମୋବାଇଲ ସିଜ୍ କରିବା ସହିତ କଲ୍ ରେକର୍ଡ ଯାଞ୍ଚ କରି ସାର୍ବଜନୀନ କରିବାକୁ ଦାବି କରିଥିଲା ଦଳ । କୁଟ୍ଟେ ବିଭିନ୍ନ ଲୋକଙ୍କ ଫୋନ୍ ରେକର୍ଡ କରୁଥିବାର ଅଭିଯୋଗ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+