ଧଉଳି ଶାନ୍ତିସ୍ତୁପ ବୁଲିଦେଖିଲେ ଇସିଆଇ ଜ୍ଞାନେଶ କୁମାର
ଶାନ୍ତିସ୍ତୁପ ଧଉଳି ବୁଲି ଦେଖିଲେ ଭାରତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର । ଧଉଳି କେବଳ ଭାରତ ନୁହେଁ ସାରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଉଛି । ଏ ସ୍ଥାନର ଅନୁଭବ ଅବର୍ଣ୍ଣନୀୟ ସମ୍ରାଟ । ଅଶୋକ ଦେଖାଇଥିବା ଶାନ୍ତିର ମାର୍ଗରେ ଦେଶ ଆଗେଇ ଚାଲିଛି । ଆଜି ବି ଭାରତ ଶାନ୍ତି ପଥରେ ଚାଲୁଥିବା କହିଛନ୍ତି ଜ୍ଞାନେଶ କୁମାର । ରବିବାର ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ସ୍ବତ୍ତେ ମୁଖ୍ୟ ନିର୍ବାଚନ କମିସନରଙ୍କ ଗସ୍ତକୁ ନେଇ ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ପରେ ଆଜି କମିସନର ଜ୍ଞାନେଶ କୁମାର ଓଡ଼ିଶାର ପ୍ରସିଦ୍ଧ ଐତିହ୍ୟ ଓ ସଂସ୍କୃତିକ କ୍ଷେତ୍ର ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ବର ମନ୍ଦିର ପରିଦର୍ଶନ କରିଛନ୍ତ
ଏହି ଗସ୍ତ ମାଧ୍ୟମରେ ସେ ଓଡ଼ିଶାର ଐତିହ୍ୟ, କଳା ଓ ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ପାଇବେ। ୨୯ ତାରିଖରେ ଭୁବନେଶ୍ବରସ୍ଥିତ OUAT ପରିସରରେ ବୁଥସ୍ତରୀୟ ଅଧିକାରୀ (BLO)ମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରକ୍ରିୟାର ମୂଳ ଆଧାର ଭାବେ କାର୍ଯ୍ୟରତ BLOମାନଙ୍କ ସହ ସିଧାସଳଖ ଆଲୋଚନା କରି ନିର୍ବାଚନ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।












Click it and Unblock the Notifications