ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI ଜ୍ଞାନେଶ କୁମାର

ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ଜ୍ଞାନେଶ କୁମାର ରଘୁରାଜପୁର, ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ନିର୍ବାଚନ କମିଶନର ସୋମବାର ଅପରାହ୍ନ ୩ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ ଦେବେ। ସେହିଦିନ ରାତିରେ ସେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ECI gyanesh Kumar
ସୂଚନାଯୋଗ୍ୟ, ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା କରାଯିବ। ଏସ୍‌ଆଇଆର୍‌ ମାଧ୍ୟମରେ ନକଲି ଭୋଟର୍‌ ଏବଂ ମତଦାତାଙ୍କ ଏକାଧିକ ନାଁକୁ ତାଲିକାରୁ ବାଦ୍‌ ଦିଆଯାଇପାରିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଏସ୍‌ଆଇଆର୍‌ ଲାଗୁ କରାଯାଉଛି। ହଲେ ଦେଶବ୍ୟାପୀ ବିରୋଧୀ ଦଳଗୁଡ଼ିକ କିନ୍ତୁ ଜୋର୍‌ଦାର ବିରୋଧ କରୁଛନ୍ତି।
ଏସ୍‌ଆଇଆର୍‌ ଜରିଆରେ ଭୋଟର ତାଲିକାରେ ଇସିଆଇ ଗୋଳମାଳ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏସ୍‌ଆଇଆର୍‌କୁ ଜୋର୍‌ଦାର ବିରୋଧ କରି ଏନେଇ ଚିଠି ମଧ୍ୟ ଲେଖିଛନ୍ତି। ସେହିକ୍ରମରେ ଓଡ଼ିଶାରେ ଏସ୍‌ଆଇଆର ଲାଗୁ ହେବାକୁ ଯାଉଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏସ୍‌ଆଇଆର୍‌ ଲାଗୁ ପୂର୍ବରୁ ଇସିଆଇଙ୍କ ଓଡ଼ିଶା ଗସ୍ତ ମଧ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+