ଦୁଇ ଜିଲ୍ଲାରେ ନୂଆ ଏସପି; ଖୋର୍ଦ୍ଧାର ନୂଆ ଏସପି ହେଲେ ଅଶ୍ଵିନୀ କୁମାର, ଗଞ୍ଜାମର ସାର୍ଥକ ସିଂହ
ଦୁଇ ଜିଲ୍ଲାରେ ନୂଆ ଏସପି । ନିର୍ବାଚନ କମିଶନର ଦୁଇ ଜିଲ୍ଲାରେ ନୂଆ ଏସପିଙ୍କୁ ନୂଆ ନିଯୁକ୍ତ କରିଛନ୍ତି। ସାର୍ଥକ ସିଂହ ଗଞ୍ଜାମର ଏସପି ଭାବରେ ନିଯୁକ୍ତ ହୋଇଛନ୍ତି । ସେହିପରି ଅଶ୍ଵିନୀ କୁମାର୍ ଖୋର୍ଦ୍ଧାର ଏସପି ଭାବରେ ନିଯୁକ୍ତ ହୋଇଛନ୍ତି ।

କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି 2004 ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୋଲିସ ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୁଲିସ ଏସପି ସର୍ଭଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବଦଳି କରାଯାଇଥିଲା ।
ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ସେମାନଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏବେ ସେହି ସବୁ ପଦବୀରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି ।












Click it and Unblock the Notifications