ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଏହି ସବୁ ଆସନରେ ମତଦାନ କରିବେ ଭୋଟର

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହୋଇଛି । ଆସନ୍ତା ୨୦ ତାରିଖରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମତଦାନ କରାଯିବ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟଗ୍ରହଣ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

୨୦ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ କରାଯାଇଛି । ୫ଟି ଲୋକସଭା ଆସନରେ ରହିଛନ୍ତି ୩୫ଲକ୍ଷରୁ ଅଧିକ ମହିଳା ଓ ୪୦ ଲକ୍ଷରୁ ଅଧିକ ପୁରୁଷ ଭୋଟର । ଏହି ପର୍ଯ୍ୟାୟରେ ୨.୬୭ପ୍ରତିଶତ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ ।

second phase of polls in Odisha

୩୫ବିଧାନସଭା ଆସନରେ ୨୬୫ଜଣ ପ୍ରାର୍ଥୀ ଚଳିତ ଥର ନିର୍ବାଚନ ଲଢୁଛନ୍ତି । ସେମାନଙ୍କ ମଧ୍ୟରୁ ୨୨୪ଜଣ ପୁରୁଷ ଓ ୪୧ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଭୋଟିଂ ପାଇଁ ମୋଟ ୯ହଜାର ୧୬୨ମତଦାନ କେନ୍ଦ୍ର ରହିଛି । ସେଥିମଧ୍ୟରୁ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି । ୧୦୪୧ କେନ୍ଦ୍ରକୁ ମହିଳା ପୋଲିଂ କର୍ମଚାରୀ ପରିଚାଳନା କରିବେ ।

ସୁରକ୍ଷା ପାଇଁ ୧୦୨କମ୍ପାନୀ ସିଏପିଏଫ ନିୟୋଜିତ ହେବେ । କନ୍ଧମାଳରେ ସବୁଠୁ ଅଧିକ ୨୨ କମ୍ପାନୀ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ମୋଟ ମତଦାନ କେନ୍ଦ୍ର ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ସମ୍ବେଦନଶୀଳ (କ୍ରିଟିକାଲ) ପୁଲିଂ ଷ୍ଟେସନ ଭାବରେ ଚିହ୍ନଟ କରାଯାଇଛି ।

୯୧୬୨ ମତଦାନ କେନ୍ଦ୍ର ମଧ୍ୟରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ । ସେହିପରି ୫ଟା ସୁଦ୍ଧା ୯୩୩ କେନ୍ଦ୍ରରେ ମତଦାନ ସରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୫୪୦ଟି କେନ୍ଦ୍ରରେ ଭୋଟଗ୍ରହଣ ସରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ ୧୦୨ କମ୍ପାନୀ ସିଏପିଏଫ୍ (ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ) ନିୟୋଜିତ ହେବେ । କନ୍ଧମାଳରେ ସର୍ବାଧିକ ୨୨ କମ୍ପାନୀ ସିଏପିଏଫ୍ ନିୟୋଜିତ ହେବାକୁ ଥିବାବେଳେ ଗଞ୍ଜାମରେ ୨୦ କମ୍ପାନୀ ସିଏପିଏଫ୍ ନିୟୋଜିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+