ରାଜଧାନୀକୁ ହଇଜା ଭୟ, ଚଢ଼ାଉ ଜୋରଦାର କଲା BMC
ଓଡ଼ିଶାର ବିଭିନ୍ନ ଜିଲାରେ ଡାଇରିଆ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରାଜଧାନୀରେ ହୋଟେଲରେ ଓ ଫଳ ଷ୍ଟଲଗୁଡ଼ିକରେ ନିରୀକ୍ଷଣ ଆରମ୍ଭ କରିଛି।
ସମ୍ ହସ୍ପିଟାଲ ଅଞ୍ଚଳ ନିକଟସ୍ଥ ହୋଟେଲ ଗୁଡ଼ିକୁ ବିଶେଷ ଭାବେ ପରୀକ୍ଷା କରାଯାଇଥିଲା, ଯେଉଁଠାରେ ଜନସାଧାରଣଙ୍କୁ ପରିବେଷିତ ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ଯାଞ୍ଚ କରାଯାଇଛି। ଚଢ଼ାଉ ସମୟରେ ବିଏମସି ଟିମ୍ ଦୁଇଟି ସ୍ଥାନୀୟ ହୋଟେଲରୁ ବାସି ଖାଦ୍ୟ ଓ ଅନଧିକୃତ ଖାଦ୍ୟ ରଙ୍ଗ ଜବତ କରିଛି। ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏହି ପ୍ରତିଷ୍ଠାନଗୁଡ଼ିକୁ ୭,୦୦୦ ଟଙ୍କା ଜରିମାନା କରାଯାଇଛି।
ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି। ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଉପରେ ମୋଟା ଜରିମାନା ଆଦାୟ କରାଯାଉଛି। କେନ୍ଦ୍ରାପଡ଼ା, ଯାଜପୁର, ଭୁବନେଶ୍ବର ସବୁଠି ଚଢ଼ଉ କରାଯାଉଛି। ରାଜ୍ୟର ବିଭିନ୍ନ ସହରରେ ଡାଇରିଆ ଦ୍ରୁତ ଗତିରେ ବ୍ୟାପିବା ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଆକ୍ସନ୍ ମୋଡ୍ରେ ଅଛି। ଅଧିକାରୀମାନେ ରାଜଧାନୀର ଅନେକ ହୋଟେଲ ଏବଂ ଖାଦ୍ୟପେୟ ଦୋକାନରେ ଚଢ଼ଉ କରିଛନ୍ତି।

ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଗୁଣବତ୍ତା ଯାଞ୍ଚ କରିବା ସହିତ ଅନେକ ହୋଟେଲ ଏବଂ ଫାଷ୍ଟଫୁଡ୍ ଦୋକାନରେ ଅଚାନକ ପରିଦର୍ଶନ କରିଛନ୍ତି ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ଜରିମାନା ଲଗାଇଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରୁଥିବା ପାଇଁ ବିଏମସି ଅନେକ ହୋଟେଲରୁ ୨,୦୦୦ଟଙ୍କା ଜରିମାନା ମଧ୍ୟ ଆଦାୟ କରିଛି। ହୋଟେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ କଡ଼ାକଡ଼ି ତାଗିଦ କରାଯାଇଛି।
ଏବେଠାରୁ, ହୋଟେଲଗୁଡ଼ିକରେ ନିୟମିତ ଯାଞ୍ଚ କରାଯିବ। କେବଳ ଜୁନ୍ ୧୬ ତାରିଖରେ ୧୦,୦୦୦ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।












Click it and Unblock the Notifications