ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ଉଦଘାଟିତ
ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବ ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି ।
ଭୁବନେଶ୍ବର: ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବ ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି । ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ରବି ଶଙ୍କର ମିତ୍ର ଏବଂ ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ପକ୍ଷକୁ ଉଦଘାଟନ କରିଛନ୍ତି ।

ବିଭିନ୍ନ ଆଞ୍ଚଳିକ ପ୍ରତିଯୋଗିତା ଏବଂ ରାଜଭାଷା ସହ ଜଡିତ ଅନ୍ୟ ପ୍ରତିଯୋଗିତାରେ ଭାଗନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ମହାପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରେଳପଥର ରାଜଭାଷା ଅଧିକାରୀ ୟାଲିନା ପଣ୍ଡା ପରିଚାଳନା କରିଥିଲେ ।












Click it and Unblock the Notifications