ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦

ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ । ବିଳମ୍ବିତ ରାତି ୨ଟା ୨୫ ମିନିଟ୍ ସମୟରେ ଅନୁଭୂତ।

Earthquake of 5 0 magnitude

ଗୌହାଟୀ, ସିଲଂ ଏବଂ ଆସାମର ଅନ୍ୟ କିଛି ସ୍ଥାନ ସମେତ ବାଂଲାଦେଶ, ଭୂଟାନ, ଚୀନରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ବିଳମ୍ବିତ ରାତିରେ ଏହି ଝଟ୍‌କା ଲାଗିବାରୁ ଲୋକମାନେ ଭୟରେ ଉଠି ପଡିଥିଲେ । ତେବେ ଭୂକମ୍ପ ଜନିତ କୌଣସି ବଡ଼ କ୍ଷୟକ୍ଷତିରେ ସୂଚନା ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖ ସକାଳେ ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଭୁବନେଶ୍ବର, ବାଲେଶ୍ବର,ବାରିପଦା ଓ ପାରାଦୀପରେ ଭୂକମ୍ପ ଝଟ୍‌କା ଲାଗିଥିଲା । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧ । ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ସେହିପରି ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ଥିଲା । ଭାରତ ସମେତ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଭୂକମ୍ପ ଦ୍ୱାରା କିଛି କ୍ଷୟ କ୍ଷତି ହୋଇନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+