Earthquake: ଓଡ଼ିଶାରେ ଉପରେ ରହିଛି କି ଭୂକମ୍ପର ବିପଦ ?

ସାରା ବିଶ୍ବକୁ ଡରାଇଚି ମିଆଁମାର ଭୂକମ୍ପ । ବାରମ୍ବାର ଭୂକମ୍ପର ଝଟକା ଆସୁଛି । ଗତକାଲି ପୁଣି ୫.୧ ତୀବ୍ରତାର ଭୂକମ୍ପ ମାଣ୍ଡଳୟ ଅଞ୍ଚଳକୁ ଥରାଇଛି । ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ ହୋଇଛି ।

ନ୍ୟୁଜିଲାଣ୍ତ ନିକଟବର୍ତ୍ତୀ ଟୋଙ୍ଗା ଦ୍ବୀପରେ ୭ .୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ପରେ ସୁନାମି ଚେତାବନୀ ଜାରି କରାଯାଇଛି । ଏହାର ପ୍ରଭାବ ଭାରତୀୟ ଭୂଖଣ୍ଡରେ ବିଚଳନ ସୃଷ୍ଟି କରିବ କି ? ଓଡ଼ିଶା ପାଇଁ ଡର ଭାବେ ଜଣାଶୁଣା ବଙ୍ଗପସାଗର ଫାଟ ଅସ୍ଥିର ହୋଇଯିବ କି ? ଏଭଳି ଆଶଙ୍କା ଉଙ୍କି ମାରିଛି । ଭୂକମ୍ପ ପ୍ରବଣ ଅଞ୍ଚଳ ନ ହେଲେ ବି ଓଡ଼ିଶା ବିପଦ ମୁକ୍ତ ନୁହେଁ ।

ବିଶେଷଜ୍ଞଙ୍କ ମତରେ ମ୍ୟାମାର ଭୂଖଣ୍ଡ ଓଡ଼ିଶା ଠାରୁ ଦୂରରେ ନାହିଁ । ମ୍ୟାମାର ଓଡ଼ିଶା ଉପକୂଳରୁ ମାତ୍ର ୮ ଶହ କିଲୋମିଟର ଦୂର । ୨୦୧୬ ଅଗଷ୍ଟ ୨୫ ତାରିଖରେ ମ୍ୟାମାରରେ ଆସିଥିବା ଭୂକମ୍ପ ଯୋଗୁଁ ଉପକୂଳ ଓଡ଼ିଶା ଥରିଥିଲା ।

earthquake risk in Odisha

ଓଡ଼ିଶା ପାଇଁ ଡର ଭାବେ ଜଣାଶୁଣା ବଙ୍ଗୋପସାଗର ଫାଟ ଅସ୍ଥିର ହୋଇ ଯିବ କି?

ବିଶେଷଜ୍ଞଙ୍କ ମତରେ, ମିଆଁମାର ଭୂକମ୍ପ କେନ୍ଦ୍ରସ୍ଥଳରେ ଏଭଳି ଶକ୍ତି ଉତ୍ପନ୍ନ ହେଲା ଭୟଙ୍କର ଧ୍ୱଂସଲୀଳା ଭିଆଇଲା । ୩୩୪ଟି ଆଣବିକ ବୋମା ବିସ୍ଫୋରଣର ଶକ୍ତି ଭୂକମ୍ପ କେନ୍ଦ୍ରସ୍ଥଳରୁ ନିର୍ଗତ ହୋଇଥିଲା । ସାରା ବିଶ୍ୱରେ ଭୂଖଣ୍ଡ ଭିତରେ କିଛି ବଡ଼ଧରଣର ହଲଚଲ୍‌ । ବିଶ୍ୱବ୍ୟାପୀ ଭୂଖଣ୍ଡ ବର୍ତ୍ତମାନ ଅସ୍ଥିର ରହୁଥିବା ଲକ୍ଷ୍ୟ କରାଯାଉଛି । କେତେବେଳେ କେଉଁଠି କିଛି ବି ହୋଇପାରେ । ଭୂକମ୍ପ ପ୍ରବଣ ଅଞ୍ଚଳ ନ ହେଲେ ବି ଓଡ଼ିଶା ବିପଦମୁକ୍ତ ନୁହେଁ । ମିଆଁମାର ଭୂଖଣ୍ଡ ଆମଠାରୁ ବିଶେଷ ଦୂରରେ ନାହିଁ । ମିଆଁମାର ଓଡ଼ିଶା ଉପକୂଳରୁ ମାତ୍ର ୮ଶହ କିଲୋମିଟର ଦୂର ।

୨୦୧୬ ଅଗଷ୍ଟ ୨୫ରେ ମିଆଁମାର ଆସିଥିବା ଭୂକମ୍ପ ଯୋଗୁ ଉପକୂଳ ଓଡ଼ିଶା ଥରିଥିଲା । ମିଆଁମାର ଭୂକମ୍ପରେ କୋଲକାତା ଯାଏଁ କମ୍ପନ ଅନୁଭୂତ ହୋଇଥିଲା । ୨୦୦୪ରେ ସୁମାତ୍ରାରେ ଆସିଥିବା ଭୂକମ୍ପ ହେତୁ ସୁନାମି ଆଣ୍ଡାମାନ ନିକୋବର ସହ ଚେନ୍ନାଇରେ ପ୍ରଳୟ ରଚିଥିଲା । ବର୍ତ୍ତମାନ ବିଭିନ୍ନ ଭୂଖଣ୍ଡରେ ଅସ୍ଥିରତା ଦେଖା ଦେଇଛି, ଏହା ଆଗକୁ ବି ଜାରି ରହିପାରେ । ସାଧାରଣତଃ ଗୋଟିଏ ସ୍ଥାନରେ ଭୂକମ୍ପ ଉତ୍ପନ୍ନ ହେଲେ, ପରବର୍ତ୍ତୀ ସମୟରେ ଅନ୍ୟ କିମ୍ବା ନିକଟବର୍ତ୍ତୀ ଭୂଖଣ୍ଡରେ ଭୂକମ୍ପ ଆସିବାର ନଜିର ରହିଛି ।

ଗତ ଫେବ୍ରୁଆରୀରେ ଓଡ଼ିଶାରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ପୁରୀ, ଭୁବନେଶ୍ୱର, ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାରିପଦା, ବାଲେଶ୍ୱର ସମେତ କୋଲକାତା ପର୍ଯ୍ୟନ୍ତ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍‌ ସେସମୋଲୋଜି ରିପୋର୍ଟ ମୁତାବକ, ଭୂକମ୍ପର କେନ୍ଦ୍ର ଥିଲା ବଙ୍ଗୋପସାଗରରେ । ପୁରୀଠାରୁ ୨୮୬ କିଲୋମିଟର ପୂର୍ବ, ଭୁବନେଶ୍ୱରର ୨୯୭ କିମି ପୂର୍ବ-ଦକ୍ଷିଣ ପୂର୍ବରେ ଓ ବ୍ରହ୍ମପୁରର ପୂର୍ବରେ ୩୯୪ କିମି ଦୂରରେ ସମୁଦ୍ର ଭିତରେ ଥିଲା ଭୂମିକମ୍ପର ଉତ୍ପତ୍ତି ସ୍ଥଳ । କେନ୍ଦ୍ରସ୍ଥଳରେ ତୀବ୍ରତା ଥିଲା ୫.୧ ଓ ଗଭୀରତା ଥିଲା ୯୧ କିମି । ଗଭୀରତା କମ୍‌ ହୋଇଥିଲେ, କ୍ଷୟକ୍ଷତି ବଢ଼ିଥାଆନ୍ତା ।

୫.୧ ତୀବ୍ରତାର ଭୂକମ୍ପ ସେଭଳି ବଡ଼ ନୁହେଁ । ମାତ୍ର ଓଡ଼ିଶାରେ ଏ ଧରଣର ଭୂକମ୍ପ ସଂଖ୍ୟା ବହୁତ କମ୍‌ । ୧୦ ବର୍ଷ ତଳେ ୨୦୧୪ ମେ' ୨୧ ତାରିଖରେ କୋଣାର୍କଠାରୁ ୨୭୬ କିମି ଦୂରରେ ସମୁଦ୍ର ଭିତରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତା'ର ଗଭୀରତା କମ୍‌ ଥିବାରୁ (୪୭ କିମି) ସେତେବେଳେ ବଡ଼ ଧରଣର ଝଟ୍‌କା ଅନୁଭୂତ ହୋଇଥିଲା ଓଡ଼ିଶାରେ । ଏଥର ଗଭୀରତା ଅଧିକ ଥିବାରୁ ଭୂକମ୍ପର କମ୍ପନ କମ୍‌ ଅନୁଭୂତ ହୋଇଥିଲା । ସମୁଦ୍ରର ଗୋଟିଏ ଅଞ୍ଚଳରୁ ୧୦ ବର୍ଷ ଭିତରେ ଦୁଇ ଥର ଭୂକମ୍ପ ଉତ୍ପନ୍ନ ହେବା ସାମାନ୍ୟ କଥା ନୁହେଁ ।

ବିଶେଷଜ୍ଞ କହିଛନ୍ତି, ପୁରୀ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଯେଉଁଠାରେ ଭୂକମ୍ପ ଉତ୍ପନ୍ନ ହୋଇଥିଲା, ସେଠାରେ ପ୍ଲେଟ ବାଉଣ୍ଡରୀ ନାହିଁ । ମାତ୍ର ବହୁ ପ୍ରାଚୀନ ଦୁଇଟି ଫାଟ (ରିଜ୍‌) ଅଛି, ଯାହାକି ବହୁ ବର୍ଷରୁ ସୁପ୍ତ ଓ ନିଷ୍କ୍ରିୟ ଅବସ୍ଥାରେ ଥିଲା । କୌଣସି ବଡ଼ ଚାପ ଯୋଗୁ ସେଇ ଫାଟ ଧୀରେଧୀରେ ସକ୍ରିୟ ହେଉଛି । ଚାପ ବଢ଼ିବାରୁ ସେ ଅଞ୍ଚଳରୁ ଭୂକମ୍ପ ଉତ୍ପନ୍ନ ହେଉଛି । ଆଗକୁ ଭୂକମ୍ପର ତୀବ୍ରତା ଯଦି ବଢ଼ିବ, ତେବେ ଉପକୂଳ ଓଡ଼ିଶା ପାଇଁ ଆଣିପାରେ ବଡ଼ ବିପଦ । ଭୂକମ୍ପର କେନ୍ଦ୍ରସ୍ଥଳରୁ ଓଡ଼ିଶାର ପ୍ରମୁଖ ସହରର ଦୂରତା ୨୦୦ କିମିରୁ ୩ଶହ କିମି ଭିତରେ । ବଡ଼ ତୀବ୍ରତାର ଭୂମିକମ୍ପ ଆସିଲେ ବଡ଼ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ସୂଚନାଯୋଗ୍ୟ, ୧୯୮୨ ମସିହା ଏପ୍ରିଲ ୮ ତାରିଖରେ ପୁରୀଠାରୁ ୧୪୯ କିମି ଦୂରରେ ସମୁଦ୍ର ଭିତରେ ୫ରୁ ଅଧିକ ତୀବ୍ରତାର ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ପ୍ରସ୍ତୁତ ସେସମିକ୍‌ ହାଜାର୍ଡ ମ୍ୟାପ୍‌ ରିପୋର୍ଟ ଅନୁସାରେ ସମଗ୍ର ଉପକୂଳ ଓଡ଼ିଶା ଯେଉଁ ଭୂଖଣ୍ଡରେ ରହିଛି, ସେଠାରେ ୬.୧ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ଆସିପାରେ । ସେହିପରି ମହାନଦୀ ଗ୍ରାବେନ ଅଞ୍ଚଳରେ ୫.୩ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ଆସିପାରେ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ତାଳଚେର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, ପାରାଦୀପ, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଭୂକମ୍ପ ପ୍ରବଣ ଜୋନ୍‌-୩ ପରିସରଭୁକ୍ତ । ସେହିପରି ଭୂକମ୍ପ ପ୍ରବଣ ଜୋନ୍‌୨ରେ ରହିଛି ମାଲକାନଗିରି, କୋରାପୁଟ, ରାୟାଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼ ଓ କେନ୍ଦୁଝର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+