ନ୍ୟୁଜିଲ୍ୟାଣ୍ଡର ଭୂକମ୍ପ ଝଟକା, ଆସିପାରେ ସୁନାମୀ
ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖରେ ନ୍ୟୁଜିଲ୍ୟାଣ୍ଡର ରିଭରଟନ୍ ଉପକୂଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି । ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) X'ରେ ଏକ ପୋଷ୍ଟ ଜରିଆରେ ଭୂମିକମ୍ପ ବିଷୟରେ ସୂଚନା ସେୟାର କରିଛି। ଏହାର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ସୂଚନା ।
ବର୍ତ୍ତମାନ ପର୍ଯ୍ୟନ୍ତ, ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମ୍ଭାବ୍ୟ ଭୂମିକମ୍ପ ପରବର୍ତ୍ତୀ ଝଟକା ପାଇଁ ପ୍ରସ୍ତୁତି ରହିବା ପାଇଁ ସୂଚନା ଜାରି କରାଯାଇଛି ।

ନ୍ୟୁଜିଲ୍ୟାଣ୍ଡରେ ୭ ତୀବ୍ରତାର ଭୂମିକମ୍ପ ପରେ, ଅଧିକାଂଶ ପ୍ରଭାବିତ ଅଞ୍ଚଳ ଭୂମିକମ୍ପ-ପ୍ରତିରୋଧୀ କୋଠା ଦ୍ୱାରା ସୁରକ୍ଷିତ। ନ୍ୟୁଜିଲାଣ୍ଡର ଜରୁରୀକାଳୀନ ପରିଚାଳନା ସଂସ୍ଥା ଭୂମିକମ୍ପ ସୁନାମି ବିପଦ ସୃଷ୍ଟି କରିପାରେ କି ନାହିଁ ତାହା ମୂଲ୍ୟାଙ୍କନ କରୁଛି। ଏଜେନ୍ସି କହିଛି ଯେ ଯଦି ସୁନାମି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଦେଶରେ ପହଞ୍ଚିବାକୁ ଅତି କମରେ ଗୋଟିଏ ଘଣ୍ଟା ସମୟ ଲାଗିବ। ଏହା ପୂର୍ବରୁ, ୨୦୧୧ ମସିହାରେ ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ୬.୩ ତୀବ୍ରତାର ଭୂମିକମ୍ପରେ ୧୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
ନ୍ୟୁଜିଲାଣ୍ଡର ଇତିହାସର ସବୁଠାରୁ ବଡ଼ ଭୂମିକମ୍ପ ୧୯୩୧ ମସିହାରେ ହକ୍ସ ବେ ଅଞ୍ଚଳରେ ହୋଇଥିଲା, ଯାହାର ତୀବ୍ରତା ୭.୮ ଥିଲା ଏବଂ ଏଥିରେ ୨୫୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଭୂମିକମ୍ପ ନ୍ୟୁଜିଲ୍ୟାଣ୍ଡର ଇତିହାସର ସବୁଠାରୁ ଭୟଙ୍କର ଭୂମିକମ୍ପ ମଧ୍ୟରୁ ଗୋଟିଏ ।












Click it and Unblock the Notifications