ଭୂମିକମ୍ପରେ ଥରିଲା କୋରପୁଟ, ମାଲକାନଗିରି
Earthquake: ଭୂମିକମ୍ପରେ ଥରିଲା କୋରପୁଟ, ମାଲକାନଗିରି । କୋରାପୁଟ ଦାମନଯୋଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବୁଧବାର ସକାଳ ୭ଟା ୨୮ରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି ।

ଭୂକମ୍ପର ଝଟକା ଛତିଶଗଡ଼, ସୁକୁମା ଏବଂ ବିଜାପୁରରେ ମଧ୍ୟ ଅନୁଭୂତ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ହେଲେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications