ଭୂମିକମ୍ପରେ ଥରିଲା ରାଜ୍ୟର ୪ ଜିଲ୍ଲା, ତୀବ୍ରତା ୩.୫

ରାଜ୍ୟର ୪ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ ଅଳ୍ପ ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

ଭୁବନେଶ୍ୱର: ରାଜ୍ୟର ୪ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ ଅଳ୍ପ ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Earthquake

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଥିବା କୁହାଯାଇଛି। ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା । ତିବ୍ରତା କମ୍ ଥିବାରୁ କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ତେବେ ମୃଦୁ ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖିବାକୁ ମିଳିଥିଲା । ଲୋକେ ଭୟରେ ଘରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ ।

ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+