Earthquake: ଓଡ଼ିଶାର ୨ ଜିଲାରେ ଭୂକମ୍ପ ଅନୁଭୂତ
ମିଆଁମାରରେ ହୋଇଥିବା ୨ଟି ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ଓଡିଶା ସୀମାନ୍ତ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରେ ମୃଦୁ କମ୍ପନ ଅନୁଭୂତ ହୋଇଛି ।
ମିଆଁମାରରେ ଭୂକମ୍ପ ରିକ୍ଟର ସ୍କେଲରେ ଏହାର ୭.୭ ଓ ୭.୧ ବୋଲି ଭୂବିଜ୍ଞାନିମାନେ ଆକଳନ କରିଥିବାବେଳେ ଏହାର ପ୍ରଭାବ ଉତ୍ତର ପୂର୍ବ ସମେତ ଓଡିଶା ସୀମାନ୍ତରେ ଅନୁଭୂତ ହୋଇଥିଲା।
ମଧ୍ୟାହ୍ନରେ ବାଲେଶ୍ୱର ଜିଲା ସମେତ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲାରେ ୧୧ ସେକେଣ୍ଡ ମଧ୍ୟରେ ୨ଟି ବୋମା ପଡିବା ଭଳି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଲୋକେ ଭାବିଥିଲେ ଚାନ୍ଦିପୁର କିମ୍ବା କଲେଇକୁଣ୍ଡା ପ୍ରତିରକ୍ଷାବିଭାଗର ଗୋଳାବାରୁଦ ପରୀକ୍ଷା ହେଉଛି l

ଏହି ସମୟରେ ଘରର ପଙ୍ଖା, ଝରକା, ଆସବାବପତ୍ର ହଲୁଥିବାବେଳେ ଗାଡ଼ିଆ ପୋଖରୀରେ ପାଣି ହଲଚଲ ହେଉଥିବାର ଜାଣି ଲୋକେ ଭୂମିକମ୍ପ ବୋଲି କହିଥିଲେ। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ମୃଦୁ କମ୍ପନ ଯୋଗୁଁ ଦୀଘା-ତାଳସାରୀ ସମୁଦ୍ରର ଜୁଆର ୨ ଫୁଟ ଉଚ୍ଚରେ କୂଳ ଆଡକୁ ମାଡିଆସିଥିବାବେଳେ ଖବର ଲେଖାକୁ କୌଣସି ପ୍ରାଣହାନୀ କିମ୍ବା କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ l












Click it and Unblock the Notifications