ବିବେକ୍ ରେଡ୍ଡୀ ହେଲେ ବ୍ରହ୍ମପୁର ଡେପୁଟି ମେୟର

ଇ. ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ସେ ୩୪ଟି ଭୋଟ୍ ପାଇ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

ବ୍ରହ୍ମପୁର: ଇ. ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ସେ ୩୪ଟି ଭୋଟ୍ ପାଇ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଡେପୁଟି ମେୟର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା କରୁଣାକର ମାତ୍ର ୭ଟି ଭୋଟ୍ ପାଇଥିଲେ।

Deputy Mayor of Berhampur

ସେପଟେ ବ୍ରହ୍ମପୁର ମହାନଗର ନିଗମର ମେୟର ଭାବେ ସଂଘମିତ୍ର ଦଳେଇ ଶପଥ ନେଇଛନ୍ତି । ସଂଘମିତ୍ରାଙ୍କ ସହ ବ୍ରହ୍ମପୁର ମହାନଗରର ନିର୍ବାଚିତ ସମସ୍ତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିର୍ବାଚନରେ ସଂଘମିତ୍ରା ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦ହଜାରରୁ ଅଧିକ ମତଦାନରେ ହରାଇଥିଲେ । ସଂଘମିତ୍ରା ୬୬ହଜାର ୬୮ ମତଦାନ ପାଇଥିବା ବେଳେ ସବିତା ୪୫ହଜାର ୭୮୨ ଖଣ୍ଡ ଭୋଟ୍ ପାଇଥିଲେ ।

ସୂଚନାଯୋଗ୍ୟ, ବ୍ରହ୍ମପୁରରେ ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଥିଲେ। ଅବଶିଷ୍ଟ ୧୨ଟି ୱାର୍ଡରୁ ବିଜେପିର ୭ ଜଣ ସ୍ୱାଧୀନରୁ ୪ ଜଣ ଓ କଂଗ୍ରେସରୁ ଜଣେ କପୋର୍ଟରେଟର ଜିତିଥିଲେ।

ତେବେ ୪ ଜଣ ସ୍ୱାଧୀନ କର୍ପୋରେଟରଙ୍କ ମଧ୍ୟରୁ ଜଣେ ଭୋଟ୍ ନଦେଇ ପଳାଇଥିଲେ। ଅନ୍ୟ ୩ ସ୍ୱାଧୀନ କର୍ପୋରେଟରଙ୍କ ଭୋଟ୍‌ ବିଜେଡିକୁ ଯାଇଥିବା କୁହାଯାଉଛି। ସେହିପରି ଏକମାତ୍ର କଂଗ୍ରେସ କର୍ପୋରେଟରଙ୍କ ଭୋଟ୍ ମଧ୍ୟ ବିଜେଡିକୁ ଯାଇଛି। ଇ ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ୪୨ ନମ୍ବର ୱାର୍ଡରୁ ବିଜୟୀ ହୋଇ କର୍ପୋରେଟର ହୋଇଥିଲେ।

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥର ପୌର ନିର୍ବାଚନରେ ତିନି ମହାନଗର ନିଗମ- କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ବିଜେଡି ବାଜିମାତ୍ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+