କଟକରେ ଆରମ୍ଭ ହେଲା ଇ-ଟଏଲେଟ୍: ମାତ୍ର ଏକ ଟଙ୍କାରେ ହୋଇପାରିବେ ଶୌଚ
କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟଏଲେଟ୍ ବ୍ୟବସ୍ଥା। ଗତକାଲି କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେସମେଣ୍ଟ ସେଣ୍ଟରର ଉଦଘାଟନ କରାଯାଇଛି।
କଟକ: କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟଏଲେଟ୍ ବ୍ୟବସ୍ଥା। ଗତକାଲି କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେସମେଣ୍ଟ ସେଣ୍ଟରର ଉଦଘାଟନ କରାଯାଇଛି। ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ ଲୋକଙ୍କୁ।

କଟକ ମହାନଗର ନିଗମର ସହଯୋଗରେ ମଧୁପାଟଣା ଓ ଓ.ଏମ୍.ପି. ଛକରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ସି.ଏମ୍.ସି. କମିଶନର୍ ଅନନ୍ୟା ଦାସ । ସାଧାରଣ ଲୋକେ ଏହି ବ୍ୟବସ୍ଥାକୁ ନେଇ ଉତ୍ସାହିତ ଅଛନ୍ତି ଓ ଏହାର ସୁଫଳ ସେମାନଙ୍କୁ ମିଳିବ ବୋଲି କହିଛନ୍ତି ।
୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ। ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ପରିଚାଳନା କରିବେ। ସହରକୁ ବାହାରୁ ଆସୁଥିବା ଲୋକେ ଅନେକ ସମୟରେ ଟଏଲେଟ୍ ଲାଗି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ସହର ୨ଟି ସ୍ଥାନରେ ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯାଇଛି। ଆଗକୁ ସହରର ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଛି।












Click it and Unblock the Notifications