ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪ କୋଟି ଟଙ୍କା ଦେଇସାରିଲେଣି ରାଜ୍ୟ ସରକାର

ଓଡ଼ିଶା ସରକାର ଧାନର ମୂଲ୍ୟ ବାବଦରେ ଏଯାବତ୍ ଚାଷୀଙ୍କୁ ୭୩୭୯ କୋଟି ଟଙ୍କା ଦେଇ ସାରିଛନ୍ତି । ଏହାଛଡ଼ା ଇନପୁଟ୍ ସବସିଡି ବାବଦରେ ଚାଷୀଙ୍କୁ ୧୯୦୪କୋଟି ଟଙ୍କା ରାଜ୍ୟ ସରକାର ଦେଇସାରିଲେଣି। ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

input subsidy

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଚାଷୀଙ୍କ ଚାଷୀ ପାଇଲେଣି ଧାନର ମୂଲ୍ୟ। ୧୯୦୪କୋଟି ଟଙ୍କାର ଇନପୁଟ ସବସିଡି ସହମୋଟ ୭୩୭୯ କୋଟି ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି ଓଡ଼ିଶା ସରକାର।

ଯୋଗାଣ ଅଧିକାରୀମାନଙ୍କୁ ମନ୍ତ୍ରୀ ଚେତାବନୀ ଦେବା ସହ କହିଛନ୍ତି, ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ଜିଲ୍ଲା ପାରାଦୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ତେବେ ମଣ୍ଡିରେ ପେଡି ଆନାଲାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଏବେ ଆନାଲାଇଜର ମେସିନ କମ ଅଛି। ଆମେ ଆଗକୁ ଅଧିକ ମେସିନ ଆଣିବୁ, ଅଧିକରୁ ଅଧିକ ଧାନ କିଣାହେବ। ତେଣେ ଆଳୁର ଦରବୃଦ୍ଧିକୁ ନେଇ ଏଥିଲାଗି ପୂର୍ବର ବିଜେଡି ସରକାରକୁ ଦାୟୀ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+