Get Updates
Get notified of breaking news, exclusive insights, and must-see stories!

ଟ୍ବିନିସିଟିରେ ଏଣିକି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମିଳିବ ଇ-ଲାଇସେନ୍ସ

ମହାମାରୀ କରୋନା ମଧ୍ୟରେ କମିଶନରେଟ ପୋଲିସର ନୂଆ ପଦକ୍ଷେପ । ଏଣିକି ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟ ସମ୍ପାଦାନ ନିମନ୍ତେ ଜନସାଧାରଣଙ୍କୁ ଏଣିକି ଅନଲାଇନରେ ମିଳିବ ଅନୁମତି।

ଭୁବନେଶ୍ୱର: ମହାମାରୀ କରୋନା ମଧ୍ୟରେ କମିଶନରେଟ ପୋଲିସର ନୂଆ ପଦକ୍ଷେପ । ଏଣିକି ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟ ସମ୍ପାଦାନ ନିମନ୍ତେ ଜନସାଧାରଣଙ୍କୁ ଏଣିକି ଅନଲାଇନରେ ମିଳିବ ଅନୁମତି। କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା।

 marriage

ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି ନିମନ୍ତେ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବନି। କରୋନା ମହାମାରୀ ସମୟରେ ଗହଳି ରୋକିବାକୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଆଜିଠୁ ଲାଗୁ କରିଛି ଇ-ଲାଇସେନ୍ସ ବ୍ୟବସ୍ଥା।

କମିଶନରେଟ୍‌ ପୋଲିସ୍‌ର ଅଫିସିଆଲ୍ ୱେବସାଇଟରେ ଏନେଇ ଆବେଦନ କରିବାକୁ ପଡ଼ିବ। ୭୨ ଘଣ୍ଟା ପୂର୍ବରୁ ଏଥିପାଇଁ ଆବେଦନ କରି ଆବଶ୍ୟକ ସୂଚନା ପୂରଣ କରିବାକୁ ପଡ଼ିବ। ଆବେଦନ ମଞ୍ଜୁର ହେବା ପରେ ମୋବାଇଲକୁ ଆସିବ SMS। ଏହାକୁ ଇ-ପରମିସନ୍ ଭାବେ ବ୍ୟବହାର କରାଯାଇପାରିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରରେ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ କଟକ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+