'୩୧ ଯାଏଁ ଜାରି ରହିବ ଇ-କେୱାଇସି'
୩୧ ତାରିଖ ଯାଏ e-KYC ପ୍ରକ୍ରିୟା । ରାସନକାର୍ଡ e-KYC ଅବଧି ବାବଦରେ ଯୋଗାଣମନ୍ତ୍ରୀଙ୍କ ଲିଖିତ ଉତ୍ତର । ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା । e-KYC ପ୍ରକ୍ରିୟାରେ ୬ ଲକ୍ଷ ୮୩ ହଜାର ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୩୩ ହଜାର ୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ କରାଯାଇଛି ।

ଗତବର୍ଷ ଜୁନ୍ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ସ୍ୱଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।












Click it and Unblock the Notifications