ରଥଯାତ୍ରା ପରିଚାଳନ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ
ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କମିଟିରେ ୪ ମନ୍ତ୍ରୀଙ୍କ ସହିତ ଆଇନ ବିଭାଗ ପ୍ରମୁଖ ସଚିବ ରହିଛନ୍ତି । ଏଥିରେ ଆଇନ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ପରିବହନ ବିଭାଗର ମନ୍ତ୍ରୀ ସଦସ୍ୟ ରହିଛନ୍ତି ।

ଅନ୍ୟପକ୍ଷରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାତ ଧୋଇବା, ସ୍ୱଚ୍ଛ ପିଇବା ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିଡକୁ ନେଇ ଏବେ ସାରା ଦେଶରେ ଭୟ ବଢିଥିବା ବେଳେ ଆମ ରାଜ୍ୟରେ ବି ଜଣକ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି । ଯଦିଓ ସ୍ଥିତି ନିୟନ୍ତ୍ରଣରେ ଅଛି, ତେବେ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, ଜ୍ୱର ଥିଲେ ରଥଯାତ୍ରାକୁ ଯାଆନ୍ତୁନି। ବୟସ୍କବ୍ୟକ୍ତି, ଗୁରୁତର ରୋଗୀ ରଥଯାତ୍ରାକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।












Click it and Unblock the Notifications