Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଧ୍ବଜାରୋହଣ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଧ୍ବଜାରୋହଣ। ପ୍ରତି ବର୍ଷ ଭଳି କୁମାର ପୂର୍ଣ୍ଣିମା ତିଥିରେ ମାଙ୍କ ମନ୍ଦିରର ପୁରୁଣା ଧ୍ବଜାକୁ ପରିବର୍ତ୍ତନ କରାଯାଇ ନୂଆ ଧ୍ବଜା ବା ପତାକା ଲଗାଯାଇଥାଏ।

Goddess Maa Samaleswari

ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣିମା ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ରାଜରାଜେଶ୍ୱରୀ ବେଶ ବା ମହାରାଣୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି l ଏହି ପରମ୍ପରା ଶହ ଶହ ବର୍ଷ ପୁରୁଣା l ରାଜା ରାଜୁଡା ଅମଳରୁ ଏହି ପରମ୍ପରା ଚାଲି ଆସିଛି l ତ୍ରେତୟା ଯୁଗରେ ମଧ୍ୟ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କଲା ପରେ ମା' ଦୁର୍ଗାଙ୍କ ଏହି ବେଶର ଦର୍ଶନ କରି ପୂଜା କରିଥିଲେ ବୋଲି ବିଶ୍ୱାସ ରହିଥିବା ପୂଜକ କୁହନ୍ତି l

ମା' ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ:

ଗତକାଲି ମଧ୍ୟ ଅପରାହ୍ନ 1 ଟାରୁ ସାଢେ 3 ଟା ପର୍ଯ୍ୟନ୍ତ ମା'ଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ଅଳଙ୍କାରରେ ଅଭୁଷିତ କରାଯାଇ ମା' ସମଲେଶ୍ୱରୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥିଲା l ଏହା ପରେ ଅପରାହ୍ନ 4 ଟା ପରେ ଶ୍ରଦ୍ଧାଳୁମାନଙ୍କୁ ମା'ଙ୍କ ଦର୍ଶନ ପାଇଁ ଛଡା ଯାଇଥିଲା l ମା'ଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି l ଏଥିପାଇଁ ଆଜି ମା'ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା l ଏହି ଅବସରରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l

ଗତକାଲି ରାତି ସାଢେ 7 ଟା ପରେ ପାରମ୍ପରିକ ରୀତିନୀତିରେ ପୂଜା ସରିଲା ପରେ ଝଣ୍ଡା ପୂଜା କରାଯାଇ ଝଣ୍ଡାକୁ 3 ଥର ବେଢା ପରିକ୍ରମା କରାଗଲା ପରେ ରାତି ପ୍ରାୟ 8 ଟା ସମୟରେ ମା'ଙ୍କ ମନ୍ଦିରର ପୁରୁଣା ଝଣ୍ଡା ବା ଧ୍ୱଜାକୁ ଓହ୍ଲାଇ ନୂତନ ଧ୍ୱଜାରୋହଣ କରାଯିବ l ଏହି ଅବସରରେ ଆଖଡ଼ା ଖେଳର ପ୍ରଦର୍ଶନ କରାଯିବ l ଏହି ଦିନ ମା'ଙ୍କ ପୁରୁଣା ଧ୍ୱଜାର କିଛି ଅଂଶ ଶ୍ରଦ୍ଧାଳୁ ମାନେ ନିଜ ଘରକୁ ନିଅନ୍ତି l ଏହା ଦ୍ୱାରା ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+