Get Updates
Get notified of breaking news, exclusive insights, and must-see stories!

ବାପା ହେବାକୁ ଚାହୁଁଛନ୍ତି ଦୌଡରାଣୀ:ଚର୍ଚ୍ଚାରେ ଫଟୋସୁଟ୍

ଭୁବନେଶ୍ୱର:ପୁଣି ଲାଇଲାଇଟରେ ଦୌଡରାଣୀ ଦୂତୀ ଚାନ୍ଦ । ପାରିବାରିକ ବିବାଦ କି ଖେଳ ପାଇଁ ନୁହେଁ ଏଥର ନିଜ ଇଛା ନିଜ ସ୍ୱପ୍ନ ପାଇଁ ସେ ଅଛନ୍ତି ଚର୍ଚ୍ଚାରେ । ଏକ ଇଂରାଜୀ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ବିବାହ ପରେ ଆମେ ସ୍ୱାମୀ-ସ୍ତ୍ରୀ ହୋଇ ରହିବୁ । ଯଦି କେବେ ସନ୍ତାନ ହୁଏ ତେବେ ମୁଁ ବାପା ଆଉ ସେ ମାଆ ହେବ । ବାପା ସାଜି ସମସ୍ତ କର୍ତ୍ତବ୍ୟ ମଧ୍ୟ ପୂରଣ କରିବି ବୋଲି କହିଛନ୍ତି ଅନ୍ତର୍ଜାତିକ ଆଥଲେଟ୍ ଦୂତୀ ଚାନ୍ଦ ।

ଏହି ସାକ୍ଷାତକାରରେ ଦୂତୀ ନିଜ ପ୍ରେମକୁ ପାଇବାର ସଂଘର୍ଷ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ, ପରିବାରର ସ୍ୱୀକୃତି ପାଇବା ପାଇଁ ତାଙ୍କୁ ବେଶ୍ କଷ୍ଟ କରିବା ପାଇଁ ପଡିଥିଲା । ତାଙ୍କର ଏହି ଭିନ୍ନ ନିଷ୍ପତ୍ତିକୁ ସହଜରେ ବିଶ୍ୱାସ କରିପାରୁ ନଥିଲେ କେହି । କାରଣ ସେହି ସମୟରେ ସମଲିଙ୍ଗି ବିବାହ ବିଷୟରେ ବାପା- ମାଆ ବିଶେଷ କିଛି ଜାଣିନଥିଲେ । ସମାଜ ଭୟରେ ଦୂତୀଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ଜନ୍ମ କରିଥିବା ମାତା-ପିତା ।

 Dutee Chand

ହେଲେ ସମୟ ସହ ନିଜ ସନ୍ତାନର ପ୍ରେମକୁ ବୁଝିପାରି, ଦୂତୀ ଓ ତାଙ୍କ ପ୍ରେମିକାଙ୍କୁ ଆପଣାଇ ନେଇଥିଲେ ଉଭୟ । ସେ ଆହୁରି କହିଛନ୍ତି, ସମଲିସିଙ୍ଗି ବିବାହକୁ ବହୁ ବଡ଼ବଡ଼ ଦେଶରେ ସ୍ୱୀକୃତି ମିଳିସାରିଛି । ଆମେରିକା, ଅଷ୍ଟ୍ରେଲିଆ, କାନାଡା ପରି ଦେଶରେ ଏହି ବିବାହକୁ ସ୍ୱୀକୃତି ମିଳିସାରିଛି। ହେଲେ ଭାରତରେ ଏପଯ୍ୟନ୍ତ ଏହି ବିବାହକୁ ସ୍ୱୀକୃତି ମିଳିନାହିଁ ଆଗକୁ ନିଶ୍ଚୟ ମିଳିବ ବୋଲି ସେ ଆଶା ରଖିଛିନ୍ତି ବୋଲି କହିଛନ୍ତି ଦୂତୀ ।

ଶେଷରେ ସେ କହିଥିଲେ ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ସବୁ ଧର୍ମ ଏବଂ ସଂସ୍କୃତିର ଲୋକଙ୍କୁ ବଞ୍ଚିବାର ସମାନ ଅଧିକାର ଅଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୪ ବର୍ଷ ତଳେ ଦୂତୀଙ୍କ ସମଲିଙ୍ଗି ସମ୍ପର୍କ ବିଷୟରେ ପ୍ରକାଶ ପାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+