ମା’ ଆସୁଛନ୍ତି: ଦୁର୍ଗା ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ
କଟକ: କଟକ ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ଦୂର୍ଗା ପୂଜା ଓ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି । ହାତରେ ଆଉ ମସେ ସମୟ ନଥିବା ବେଳେ ଏହି ବୈଠକ ହୋଇଛି ।
ଚଳିତ ବର୍ଷ ଭସାଣୀକୁ ମଦ ମୁକ୍ତ ଭସାଣୀ କରିବା ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ଦିଆ ହୋଇଛି । ପୂଜାକୁ ଶୃଙ୍ଖଳିତ କରିବା ସହ ଶୋଭାଯାତ୍ରାକୁ ସୀମିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି । ତେବେ ଦୂର୍ଗା ପୂଜା ଭସାଣ ଶୋଭାଯାତ୍ରା ପାଇଁ ସିଙ୍ଗଲ ୱିନଡୋ ସିଷ୍ଟମରେ ଅନୁମତି ଦେବାକୁ ପୂଜା କମିଟି ପକ୍ଷରୁ ଦାବି କରାଯାଇଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ପୂଜା ଓ ଭସାଣୀକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ଦଶହରାରେ ରାତି ବାରଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣ ସମୟରେ ବାରଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରକୁ ଅନୁମତି ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଚାନ୍ଦି ମେଢ ସଂଖ୍ୟା ମଧ୍ୟ ବଢିଥିବା କହିଛନ୍ତି ପୂଜା କମିଟି ସଭାପତି । ଚଳିତ ବର୍ଷ ଚାରୋଟି ପୂଜା କମିଟି ନୂତନ କରି ଚାନ୍ଦି ମେଢ କରିଥିବା ବେଳେ ଭସାଣ ଅର୍ଥାତ ଅକ୍ଟୋବର ୨୫ ପରିବର୍ତ୍ତେ ସେହି ପୂଜା କମିଟି ସହର ପରିକ୍ରମା କରି ୨୬ରେ ଭସାଣ କରିବେ ।
କୌଣସି ପୂଜା କମିଟି ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରି ପାରିବେ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି । ସେହିପରି ମଦ ମୁକ୍ତ ଭସାଣୀ କରିବା ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ଦିଆ ହୋଇଛି ।
ଭସାଣୀ ସମୟରେ ଶୋଭାଯାତ୍ରାକୁ ସୀମିତ କରିବା ନେଇ ମଧ୍ୟ ଆଲୋଚନା କରାଯାଇଛି ।
ଏହି ବୈଠକରେ କଟକ ମହାନଗର ନିଗମର ଶାନ୍ତି କମିଟି, ପୂଜା କମିଟି, ସବୁ ରାଜନୈତିକ ବ୍ୟକ୍ତିବିଶେଷ ସମେତ ସବୁ ପୂଜା କମିଟି , ସହରର ସବୁ ଏସିପି ଓ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ ।












Click it and Unblock the Notifications