ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନକୁ ଖାରଜ କଲେ ହାଇକୋର୍ଟ
ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।
କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରୀ ନିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ । ଗତକାଲି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷଣ ରଖିଛନ୍ତି ହାଇକୋର୍ଟ ।

ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ମାତ୍ର ଆବେଦନକାରୀଙ୍କ ପକ୍ଷରୁ ଯେଉଁ ଯୁକ୍ତି ରଖାଯାଇଥିଲା ତାହା ସନ୍ତୋଷଜନକ ନଥିଲା ବୋଲି ହାଇକୋର୍ଟ କହିଛନ୍ତି ।
ତେବେ ଏସଆରସିଙ୍କ ପାର୍ବଣ କଟକଣା ବିଜ୍ଞପ୍ତି ଅନୁଯାୟୀ, ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତ ମାନେ ମା'ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ ।












Click it and Unblock the Notifications