Get Updates
Get notified of breaking news, exclusive insights, and must-see stories!

Dussehra 2023: କେବେଠୁ ଆରମ୍ଭ ହେଉଛି ନବରାତ୍ରୀ, କେବେ ପଡୁଛି ଦଶହରା ? ଜାଣନ୍ତୁ, ଶୁଭବେଳା....

Dussehra 2023 Date: ହିନ୍ଦୁ ଧର୍ମରେ ବିଜୟା ଦଶମୀର ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବ ଦଶହରା ଭାବେ ପାଳନ କରାଯାଏ । ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ ।

ସେହିପରି ଏହି ପର୍କୁ ଶାରଦୀୟ ନବରାତ୍ରୀ ଭାବେ ମଧ୍ୟ ପାଳନ କରାଯାଏ । ଚଳିତ ବର୍ଷ କେବେ ପଡୁଛି ନବରାତ୍ରୀ ଆଉ ଦଶହରା ? ଆସନ୍ତୁ ଜାଣିବା ଶୁଭ ସମୟ କ'ଣ ?

Dussehra 2023

ବିଜୟା ଦଶମୀ କେବେ ?

ଦଶହରା ପର୍ବ ପ୍ରତିବର୍ଷ ଦଶମୀ ତିଥି ଉପରେ ପଡ଼େ । ଏଥର ଦଶମୀ ତିଥି 23 ଅକ୍ଟୋବରରେ ସନ୍ଧ୍ୟା 5.44 ରୁ ଆରମ୍ଭ ହୋଇ 24 ଅକ୍ଟୋବର 24 ତାରିଖ ଅପରାହ୍ନ 3.14 ରେ ଶେଷ ହେବ । ସେହି ଅନୁଯାୟୀ, ଉଦୟ ତିଥିଙ୍କ ଅନୁଯାୟୀ, 24 ଅକ୍ଟୋବରରେ ଦଶହରା ପର୍ବ ପାଳନ କରାଯିବ ।

ଦଶହରା ପର୍ବ ଶୁଭ ଯୋଗ

ଚଳିତ ବର୍ଷ ଦଶହରା ପର୍ବ ଅବସରରେ ଦୁଇଟି ଶୁଭ ଯୋଗ ରହିଛି। ଏହି ଦିନ ରବି ଯୋଗ ସକାଳ 6.27 ରୁ ଆରମ୍ଭ ହୋଇ ଅପରାହ୍ନ 3.38 ପର୍ଯ୍ୟନ୍ତ ଚାଲିବ । ଏହା ପରେ, ଦ୍ୱିତୀୟ ଶୁଭ ଯୋଗ ସନ୍ଧ୍ୟା 6.38 ରୁ ଆରମ୍ଭ ହୋଇ 25 ଅକ୍ଟୋବରରେ ସକାଳ 6.28 ପର୍ଯ୍ୟନ୍ତ ଚାଲିବ । ଏହା ବ୍ୟତୀତ ଦଶହରାରେ ବିଦ୍ୟା ଯୋଗ ଅପରାହ୍ନ 3.40 ରୁ ଆରମ୍ଭ ହୋଇ ସାରା ରାତି ପର୍ଯ୍ୟନ୍ତ ଚାଲିବ ।

କେବେ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ 2023 ?

ଦେବୀ ଦୁର୍ଗାଙ୍କ ପ୍ରତି ଭକ୍ତି ପର୍ବ ନବରାତ୍ରୀ ଚଳିତ ବର୍ଷ 9 ଦିନ ପର୍ଯ୍ୟନ୍ତ ଚାଲିବ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ଅଶ୍ୱିନ୍ ଶୁକ୍ଲ ପକ୍ଷ ତିଥି ଅକ୍ଟୋବର 14 ରୁ 11:24 ରୁ ଆରମ୍ଭ ହୋଇ ଅକ୍ଟୋବର 16 ରେ 12:32 ରେ ଶେଷ ହେବ । ଉଦୟତିଥୀ ଆଧାରରେ ଶାରଦୀୟ ନବରାତ୍ରୀ 15 ଅକ୍ଟୋବରରେ ଆରମ୍ଭ ହେବ । ନବରାତ୍ରୀର ପୂର୍ବ ଦିନ ଘଟସ୍ଥାପନା କରାଯାଇ ମା' ଅମ୍ବିକାଙ୍କ ପୂଜା କରାଯାଇଥାଏ । ବିଶ୍ବାସ ରହିଛି ଏହି ପୂଜା କରିବା ଦ୍ବାରା ଦୁଃଖ, ରୋଗ, ଦୋଷ ଦୂର ହୋଇଥାଏ ।

ଷଷ୍ଠୀ ପୂଜା

ଅକ୍ଟୋବର 20 ତାରିଖରୁ ଆରମ୍ଭ ହେଉଛି ମା ଦୁର୍ଗାଙ୍କ ପୂଜା । ଶାରଦୀୟ ପୂଜାର ଷଷ୍ଠୀ ତିଥି ଆରମ୍ଭ ହେଉଛି । ଏହି ଦିନ ବିଲ୍ବ ପୂଜା ଏବଂ ଅଧିବାସ ପରମ୍ପରା ରହିଛି ।

ମହାସପ୍ତମୀ

ଅକ୍ଟୋବର 21 ତାରିଖରେ ମା'ଙ୍କ ନବରାତ୍ରୀ ପୂଜାର ମହାସପ୍ତମୀ କୁହାଯାଏ । ଏହି ଦିନ ମା ଙ୍କ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ।

ଦୁର୍ଗାଷ୍ଟମୀ

ଅକ୍ଟୋବର 22ରେ ଦୁର୍ଗାଷ୍ଟମୀ ପଡୁଥିବା ବେଳେ ଲୋକମାନେ କୂଳ ଦେବୀଙ୍କ ପୂଜା କରି କନ୍ୟା ପୂଜନ କରିଥାନ୍ତି । ଏହି ଦିନ ମା' ଦୁର୍ଗା ଦୁଇ ଅସୁର ଚଣ୍ଡ-ମୁଣ୍ଡଙ୍କ ସଂହାର କରିଥିଲେ।

ମହାନବମୀ

ଅକ୍ଟୋବର 23 ତାରିଖ ହେଉଛି ନବରାତ୍ରୀର ଶେଷ ଦିନ। ମହାନବମୀ ଦିନ ସିଦ୍ଧିଦାତ୍ରୀଙ୍କ ପୂଜନ କରାଯିବ। ଏହା ସହିତ 9 ଦିନ ଧରି ଜାରି ରହିଥିବା ପୂଜା ବା ନବରାତ୍ରୀ ସମାପ୍ତ ହେବ।

ବିଜୟା ଦଶମୀ

ଅକ୍ଟୋବର ୨୪ ତାରିଖରେ ପ୍ରତିମାଙ୍କ ବିସର୍ଜନ ତଥା ବିଜୟା ଦଶମୀ ବା ଦଶହରା ପାଳନ କରାଯିବ। ଏହି ଦିନ ରାବଣ ପୋଡି କରାଯାଇ ଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+