Get Updates
Get notified of breaking news, exclusive insights, and must-see stories!

ଚମକିବ ସିଲଭର ସିଟି: ଏଥର କଟକରେ ୨୭ ଚାନ୍ଦି ମେଢ

ଦୁଇ ବର୍ଷ ପରେ ଚଳିତ ବର୍ଷ ମହା ଆଡମ୍ବରରେ ହେବ ଦୂର୍ଗାପୂଜା । ଭାଇଚାରାର ସହର କଟକରେ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ ।

କଟକ: ଦୁଇ ବର୍ଷ ପରେ ଚଳିତ ବର୍ଷ ମହା ଆଡମ୍ବରରେ ହେବ ଦୂର୍ଗାପୂଜା । ଭାଇଚାରାର ସହର କଟକରେ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ । ଚାନ୍ଦି ସଫା ଶେଷ ହେବା ପରେ ମୂର୍ତ୍ତି ତିଆରି ଆରମ୍ଭ ହେବ ବୋଲି କହିଛନ୍ତି ପୂଜା କମିଟି । ପୂର୍ବରୁ ୨୬ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭ରେ ପହଞ୍ଚିବ । ୨ ବର୍ଷ ପରେ ଦଶହରା ପାଇଁ କଟକ ସହରରେ ବେଶ ଭିଡ ଜମିବ ବୋଲି ଆଶା କରାଯାଉଛି ।

Dussehra 2022

କଟକ କଲେଜ ଛକରେ ଚଳିତ ବର୍ଷ ପ୍ରଥମ କରି ନୂଆ ଚାନ୍ଦି ମେଢ଼ ହେଉଛି । ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ଓଜନର ଚାନ୍ଦିରେ ସୁସଜ୍ଜିତ ହେବେ ଦେବୀ ଦଶଭୂଜା । ଶେଖ ବଜାରର ଚାନ୍ଦି କାରିଗରମାନେ ଏହି ମେଢ଼ ନିର୍ମାଣ କରୁଛନ୍ତି । ମେଢ଼ ନିର୍ମାଣରେ ଲାଗିଛନ୍ତି ୧୫ରୁ ଅଧିକ କାରିଗର । ଏଥିଲାଗି ଖର୍ଚ୍ଚ ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା ।

ସେହିପରି ହରିପୁର ଦୋଳମୁଣ୍ଡାଇ ପୂଜା କମିଟିରେ ଚାନ୍ଦି ସଫେଇ କାମରେ ଲାଗିଛନ୍ତି ପ୍ରାୟ ଛଅ ଜଣ କାରିଗର । ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ମୂର୍ତ୍ତି ହେବା ସହ ଚାନ୍ଦି ମେଢରେ ସଜେଇ ହେବେ ମାଆ । ସେଥିପାଇଁ ଦିନରାତି ଏକ କରି ଚାନ୍ଦି ସଫେଇ କରିବା ସହ ପଲିସ କରୁଛନ୍ତି । ସେହିପରି ଖାନନଗର, ଚାଉଳିଆଗଞ୍ଜ ଭଳି ପ୍ରମୁଖ ପୂଜା ମଣ୍ଡପରେ ମଧ୍ୟ ଚାଲିଛି ଚାନ୍ଦି ମେଢ ସଫେଇ କାମ । ଫଳରେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କୁ ଏଥର କାମ ମିଳିଛି ।

ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସାଜସଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ପାଇଁ ରହିଛି ସ୍ୱତନ୍ତ୍ର ପରିଚୟ । ଦୀର୍ଘ 20ବର୍ଷ ଧରି ଆଧ୍ୟାତ୍ମିକ ବାତାବରଣକୁ ନେଇ ଏହି ମଣ୍ଡପ ତୋରଣ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ପାଲଟିବ ଅମରନାଥ ଗୁମ୍ଫାର ପତିକୃତୀ ତୋରଣ ।

ସେପଟେ ଚଳିତ ବର୍ଷ ପୂଜାକୁ ଶୃଙ୍ଖଳିତ କରିବା ପାଇଁ ମେଢ଼ରେ ଲାଗିବ ଜିପିଏସ । ମେଢ଼ର ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଲଗେଇବା ପାଇଁ କରାଯିବ ବ୍ୟବସ୍ଥା । ଏ ନେଇ କଟକ ସହିଦ ଭବନରେ ଦୁର୍ଗା ପୂଜା ପ୍ରସ୍ତୁତି ନେଇ କମିସନରେଟ ପୋଲିସ ପକ୍ଷରୁ ଆୟୋଜିତ ବୈଠକ ପରେ କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଇଁ ୨୦୦ ସିସିଟିଭି କ୍ୟାମେର ଲଗେଇବ କଟକ କମିଶନରେଟ ପୋଲିସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+