ମେଲାଣି ନେଲେ ମାଆ, ପୁଣି ଆସିବେ ଆର ବରଷକୁ....
ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ ଲୁହ । ଚାଲି ଯାଉଛନ୍ତି ମାଆ । ପୁଣି ବର୍ଷେ ଆପେକ୍ଷା । ମାଆ ଆସିବେ ପୁଣି ଆର ବରଷକୁ ।
କଟକ: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ଧରା ପୃଷ୍ଠରେ ଅବତରଣ କରି ପାପର ସଂହାର କଲେ ମା ଦୁର୍ଗେ ଦୁର୍ଗତୀ ନାଶିନୀ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ କଟକ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ ଲୁହ । ଚାଲି ଯାଉଛନ୍ତି ମାଆ । ପୁଣି ବର୍ଷେ ଆପେକ୍ଷା । ମାଆ ଆସିବେ ପୁଣି ଆର ବରଷକୁ ।

ଗୁରୁବାର ସକାଳୁ କଟକ ସହରରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହେଉଛନ୍ତି । ମାଆଙ୍କୁ ବିଦାୟ ବେଳରେ ଇନ୍ଦ୍ର ଦେବ ବି ଆକାଶରୁ ବର୍ଷୁଛନ୍ତି । ଲାଗୁଛି ସତେ ଯେମିତି, ମାଆଙ୍କୁ ଅଶ୍ରୁଳ ବିଦାୟ ଦେଉଛନ୍ତି ଇନ୍ଦ୍ର ଦେବ । ମାଆଙ୍କ ଭସାଣି ପାଇଁ କଟକ ଦେବୀଗଡ଼ାରେ ୪ଟି ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। ରାତି ସୁଦ୍ଧା ଏଠାରେ ପ୍ରାୟ ୧୬୦ଟି ମେଢ଼ ଭସାଣ ହେବ । ବର୍ଷା ସତ୍ତ୍ୱେ କଟକ ସହରରେ ଭସାଣ ଶୋଭାଯାତ୍ରା ସେତେଟା ଫିକା ପଡ଼ି ନାହିଁ । ଭସାଣ ଶୋଭାଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ସହରର ବିଭିନ୍ନ ସ୍ଥାନରେ ୩୦୦ଟି ସିସିଟିଭି କ୍ୟାମେରା ଲାଗିଛି ।

ସେହିପରି ଭୁବନେଶ୍ୱରରେ ଭସାଣି ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ଟି ଭସାଣି କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ୍ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଭସାଣି ଦାୟିତ୍ୱରେ ରହିବେ ୩ ଜଣ ଅତିରିକ୍ତ ଡିସିପି । ୬୫ ଡେସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ ।












Click it and Unblock the Notifications