ପାର୍ବଣରେ କମିଶନରେଟ୍ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଭିଡ଼

ପୂଜାମଣ୍ଡପ ନିକଟରେ ପାର୍କିଂ ଓ ଟ୍ରାଫିକ୍‌ ଜାମ୍‌ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣିବ । ତେଣୁ ପାର୍ବଣ ଭିଡ଼ ପରିଚାଳନା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ଭୁବନେଶ୍ବର: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା । ଦୁର୍ଗା ପୂଜା ପାଇଁ ରାଜଧାନୀରେ ପ୍ରସ୍ତୁତି ଜୋର୍‌ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକ ଲାଗି ପଡିଥିବା ବେଳେ ପୂଜା ବୁଲିବାକୁ ସହରବାସୀ ଉତ୍ସାହର ସହ ଚାହିଁ ରହିଛନ୍ତି। କାରଣ ଦୁଇବର୍ଷ ପରେ ଏଥର ବିନା କଟକଣାରେ, ଭକ୍ତଙ୍କ ମେଳରେ ଦୁର୍ଗାପୂଜା ହେଉଥୁବାରୁ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି । ବିଶେଷକରି ପୂଜାମଣ୍ଡପ ନିକଟରେ ପାର୍କିଂ ଓ ଟ୍ରାଫିକ୍‌ ଜାମ୍‌ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣିବ । ତେଣୁ ପାର୍ବଣ ଭିଡ଼ ପରିଚାଳନା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏବେଠୁ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ପୂଜା ବୁଲିବାକୁ ଆସି ଲୋକେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ରହିଛି ।

Dussehra 2022

ସେପଟେ ପାର୍ବଣରେ ପୋଲିସର ଫୋକସରେ ରହିଛି ପବ୍ଲିକ୍‌ ବସ୍‌ । ଦାଦାବଟିକୁ ନେଇ ବରମୁଣ୍ଡାରେ ପୋଲିସର କର୍ମଶାଳା ଅନୁଷ୍ଠିତ ହୋଇଛି । ବସ୍‌ ମାଲିକ ସଂଘ ସହ ଏସିପି ଓ ଆଇଆଇସି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡଗିରି ଏସିପି । ବସ୍‌କୁ ଅଟକାଇ ବଟି ମାଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍‌ କହିଛି । ବଟି ମାଗିବାର ଅଭିଯୋଗ ଆସିଲେ ପୋଲିସକୁ ଜଣାଇବାକୁ ଅପିଲ କରିଛନ୍ତି ଏସିପି ।

ରାଜଧାନୀରେ ଏଥର ୧୭୦ରୁ ଅଧକ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ କରାଯାଉଛି । ଏଥି ମଧ୍ୟରୁ ଜାତୀୟ ରାଜପଥ ପାର୍ଶ୍ଵ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଧ୍ଵକାଂଶ ମଣ୍ଡପ ରହିଛି । ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପରରେ ଏଥର ଦିଲ୍ଲୀର ତୋରଣ ନିର୍ମାଣ କରାଯାଉଛି । ଜାତୀୟ ରାଜପଥ ପାର୍ଶ୍ଵ ତଥା ସହରର ପ୍ରମୁଖ ଛକରେ ପୂଜା ହେଉଥିବାରୁ ଏଠାରେ ଅଧ୍ଵକ ଗହଳି ହୋଇଥାଏ । କିନ୍ତୁ ଏଠାରେ ସେପରି ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନାହିଁ । ଏଥିସହ ଓଭର ବ୍ରିଜ ତଳ ସର୍ଭିସ ରୋଡରେ ଗାଡ଼ି ଚଳାଚଳ ଏବଂ ମଣ୍ଡପକୁ ଯିବାକୁ ବିଭିନ୍ନ ପାର୍ଶ୍ଵରୁ ଲୋକମାନେ ରାସ୍ତା ପାର ହେବେ । ଏସବୁ କାରଣ ପାଇଁ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେବ। ଭିଡ଼ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ କଷ୍ଟକର ହେବ। ସେହିଭଳି ଜାତୀୟ ରାଜପଥ ପାର୍ଶ୍ବରେ ଥବା ସହରର ଅନ୍ୟତମ ନୟାପଲ୍ଲୀ ଦୁର୍ଗା ପୂଜାମଣ୍ଡପ ନିକଟରେ ମଧ୍ଯ ପାର୍କିଂ ବ୍ୟବସ୍ଥା ନାହିଁ ।

ଏଠାରେ ମଧ୍ୟ ସମାନ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ କଟକ ରୋଡ୍‌ରେ ଅଧୁକାଂଶ ପୂଜା ମଣ୍ଡପ ରହିଛି । ଅନ୍ୟ ଦିନଗୁଡ଼ିକରେ କଟକ ରୋଡ଼ରେ ପ୍ରବଳ ଭିଡ଼ ସୃଷ୍ଟି ହୁଏ । ବମିଖାଲ ଓ ଷ୍ଟେଶନ ବଜାର ଭଳି ବଡ଼ ପୂଜା ମଣ୍ଡପ ରହିଥିଲେ ମଧ୍ୟ ଏସବୁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇ ନାହିଁ। ପୂଜା ବୁଲିବାକୁ ଆସିବାକୁ ଥ୍ଵବା ଲୋକେ ନିଜ ବାଇକ ଓ କାର ପାକିଂ କରିବା ବଡ଼ ସମସ୍ୟା ହେବ।

ତେବେ ରାଜଧାନୀରେ ପୂର୍ବ ଅପେକ୍ଷା ଜନସଂଖ୍ୟା ସହ ଗାଡ଼ି ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ବିଭିନ୍ନ ଛକଗୁଡ଼ିକରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ପାର୍ବଣରେ ଏହି ସମସ୍ୟା ଦୁଇଗୁଣ ହେବାର ଆଶଙ୍କା ଥିବାରୁ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।
ଏନେଇ ହ୍ଵୈତନଗରୀ ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି, ରାସ୍ତାଘାଟରେ ପାର୍କିଂ ନ କରିବାକୁ ଲୋକଙ୍କୁ ଆମେ ଅନୁରୋଧ କରିବୁ । ଯେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ସେଠାରେ ପାକିଂ କରି ମଣ୍ଡପ ନିକଟକୁ ଆସିବାକୁ କୁହାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+