ଆସୁଛନ୍ତି ମା': ଏଥର ଷ୍ଟେସନ ବଜାରର ମୁଖ୍ୟ ଆକର୍ଷଣ ବନାରସ ଗଙ୍ଗା ଘାଟ ତୋରଣ
ଚଳିତ ବର୍ଷ ଭୁବନେଶ୍ବର ଷ୍ଟେସନ ବଜାରରେ ମୁଖ୍ୟ ଆକର୍ଷଣ ପାଲଟିବ ବନାରସ ଗଙ୍ଗା ଘାଟ ତୋରଣ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୧୨୦ଫୁଟ ଦୈର୍ଘ୍ୟ ଓ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ମେଢ଼ ପ୍ରସ୍ତୁତରେ ଲାଗି ପଡିଛନ୍ତି କଳାକାର।
ଭୁବନେଶ୍ୱର: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ପାର୍ବଣ ଋତୁରେ ମା'ଙ୍କ ଆଗମନ ପାଇଁ ସଜେଇ ହେଉଛି ରାଜଧାନୀ । କାରଣ ୨ ବର୍ଷ ପରେ ପୁଣି ଜମିବ ଦୁର୍ଗାପୂଜା । ଏଥିପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି । ଚଳିତ ବର୍ଷ ଭୁବନେଶ୍ବର ଷ୍ଟେସନ ବଜାରରେ ମୁଖ୍ୟ ଆକର୍ଷଣ ପାଲଟିବ ବନାରସ ଗଙ୍ଗା ଘାଟ ତୋରଣ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୧୨୦ଫୁଟ ଦୈର୍ଘ୍ୟ ଓ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ମେଢ଼ ପ୍ରସ୍ତୁତରେ ଲାଗି ପଡିଛନ୍ତି କଳାକାର ।

ତେବେ ନିଆରା ତୋରଣ ସାଙ୍ଗକୁ ମା'ଙ୍କ ମୂର୍ତ୍ତି ୨ କ୍ୱିଣ୍ଟାଲ ୭ ଶହ ଗ୍ରାମ ଓଜନର ଚାନ୍ଦି ଓ ୭ ଶହ ଗ୍ରାମ ଓଜନର ସୁନା ମୁକୁଟ ଲାଗି ହେବ । ଚଳିତ ବର୍ଷ ୪୦ ଲକ୍ଷ ଟଙ୍କାର ବଜେଟ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ପୂଜା ଆୟୋଜନ ପାଇଁ ୫୦ଟି ସିସିଟିଭି ଓ ୨ ସହ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ।
ସେପଟେ ଧୂମଧାମ ପୂଜା ପାଳନ ବେଳେ ବିଏମସି ପାଇଁ ଚ୍ୟାଲେଞ୍ଜିଂ ସାଜିବ ରାସ୍ତା ସମସ୍ୟା । କାରଣ ପୁରୁଣା ଭୁବନେଶ୍ବର ରାସ୍ତା ଅବସ୍ଥା ନ କହିବା ଭଲ । ରାଜଧାନୀର ଓଲ୍ଡ ଟାଉନ ବା ପୁରୁଣା ଭୁବନେଶ୍ୱରର ରାସ୍ତା ଅବସ୍ଥା ଏବେ ସଙ୍ଗୀନ ହୋଇପଡିଛି । କଟକଣା ମୁକ୍ତ ପୂଜାକୁ ନେଇ ସହରରେ ପୂଜା ମଣ୍ଡପରେ ଗହଳିକୁ ନଜରରେ ରଖି ପୂଜା ପୂର୍ବରୁ ବିଏମସି ସମସ୍ତ ରାସ୍ତା କାମ ସାରିବାକୁ କହିଛି । ସେପଟେ ରାସ୍ତା କାମକୁ ପୂଜା ପୂର୍ବରୁ ସାରିବାକୁ କାର୍ଯ୍ୟରେ ନିଯୁକ୍ତ ଠିକାଦାରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।












Click it and Unblock the Notifications